‘ମିସନ ଶକ୍ତି’କୁ ନେଇ ଚିନ୍ତିିିତ ନାସାର ମୁଖିଆ, ଭାରତର ଏ-ସ୍ୟାଟ୍‌ ମିସାଇଲ୍‌ ପରୀକ୍ଷା ପରେ ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନରେ ୪୪ ପ୍ରତିଶତ ବିପଦ ବୃଦ୍ଧିପାଇଛି

ଓ୍ଵାଶିଂଟନ: ଆମେରିକା ମହାକାଶ ଗବେଷଣା କେନ୍ଦ୍ର ନାସା ଭାରତର ‘ମିସନ୍‌ ଶକ୍ତି’ ଅଭିଯାନ ଉପରେ ଏକ ମୋହର ଲଗାଇ ଦେଇଛି। ନାସାର ପ୍ରଶାସକ ଜିମ୍‌ ବ୍ରିଡେନଷ୍ଟାଇନ୍‌ ଏହି ‘ମିସନ୍‌ ଶକ୍ତି’କୁ ଏକ ‘ଭୟାନକ ଜିନିଷ’ ବୋଲିି କହି ସମ୍ବୋଧନ କରିଛନ୍ତି। ୪ ଦିନ ତଳେ ଭାରତର ଆଣ୍ଟି-ସାଟେଲାଇଟ୍‌(ଏ-ସ୍ୟାଟ୍‌) ମିସାଇଲ୍‌ ସଫଳତା ଭାବେ ଏକ ଲଇଭ୍‌ ସାଟଲାଇଟ୍‌କୁ ଟାର୍ଗେଟ କରିବା ପରେ ପ୍ରଶାସକ ଜିମ୍‌ ବ୍ରିଡେନଷ୍ଟାଇନ୍‌ ନିଜର ଚିନ୍ତା ପ୍ରକଟ କରିଛନ୍ତି।

ସେ କହିଛନ୍ତି କି ଭାରତ ଦ୍ୱାରା କରାଯାଇଥିବା ମିସନ୍‌ ଶକ୍ତି ହେତୁ ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନ୍‌(ଆଇଏସ୍‌ଏସ୍‌)ରେ ୪୪ ପ୍ରତିଶତ ବିପଦ ବୃଦ୍ଧି ପାଇଛି।

ତାଙ୍କର କହିବା କଥା ହେଲା ଭାରତରେ ଏ-ସ୍ୟାଟ୍‌ ମିସାଇଲ୍‌ ଲଞ୍ଚ୍‌ ହେବା ପରେ ମହାକାଶରେ ୪୦୦ ଖଣ୍ଡ ଧ୍ୱଂସାବଶେଷ ଦେଖିବାକୁ ମିଳିଛି। ଏହି କାରଣରୁ ଭବିଷ୍ୟତରେ ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନ୍‌କୁ ଯାତ୍ରା କରିବାକୁ ଇଚ୍ଛା ରଖିଥିବା ଯାତ୍ରୀମାନଙ୍କ ପାଇଁ ନୂଆ ବିପଦ ସୃଷ୍ଟି ହୋଇଗଲା।

ସୋମବାର ନାସାର ମୁଖିଆ ଜିମ୍‌ ବ୍ରିଡେନଷ୍ଟୋଇନ୍‌ ନାସା କର୍ମଚାରୀମାନଙ୍କୁ ସମ୍ବୋଧନ କରି ଗତ ୪ ଦିନ ତଳେ ଭାରତ ପକ୍ଷରୁ ହୋଇଥିବା ଆଣ୍ଟି-ସାଟେଲାଇଟ୍‌ ମିସାଇଲ୍‌ ଟେଷ୍ଟ୍‍ ସଂପର୍କରେ ଆଲୋଚନା କରି ଭବିଷ୍ୟତ ପଇଁ ଚିନ୍ତିତ ଥିବା କହିଛନ୍ତି।

ସମ୍ବନ୍ଧିତ ଖବର