ଜାତୀୟ ଡ୍ୟୁବଲ୍ ପାଇଁ ବିଶ୍ବଙ୍କୁ ଡକରା

ଭୁବନେଶ୍ବର: ପଞ୍ଜାବର ରୂପନଗରଠାରେ ଜୁନ୍‌ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ସପ୍ତମ ଜାତୀୟ ଡ୍ୟୁବଲ୍ ପ୍ରତିଯୋଗିତା ଲାଗି ଓଡ଼ିଶାର ଖ୍ୟାତନାମା ହ୍ୟାଣ୍ଡ୍‌ବଲ୍ ପ୍ରଶିକ୍ଷକ ତଥା ରେଫରି ବିଶ୍ବରଂଜନ ଦାଶ (ଚନ୍ଦନ)ଙ୍କୁ ସ୍ବତନ୍ତ୍ର ଡକରା ମିଳିଛି। ତାଙ୍କୁ ଏହି ପ୍ରତିଯୋଗିତାର ବୈଷୟିକ ଅଧିକାରୀ ନିଯୁକ୍ତ କରାଯାଇଛି। ପଞ୍ଜାବ ଏବଂ ରୋପାର୍ ଡ୍ୟୁବଲ୍ ସଂଘ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ଅବସରରେ ମଧ୍ୟ ଏକ ଚତୁଃରାଷ୍ଟ୍ରୀୟ ଡ୍ୟୁବଲ୍ ଅନ୍ତର୍ଜାତୀୟ ଇଭେଣ୍ଟ ଅନୁଷ୍ଠିତ ହେବ। ଭାରତୀୟ ବାୟୁସେନାରୁ ଅବସର ନେବା ପରେ ହ୍ୟାଣ୍ଡବଲ୍ ପ୍ରଶିକ୍ଷଣକୁ ପେସାଦାର ଢ଼ଙ୍ଗରେ ପରିଚାଳନା କରିଥିବା ଏହି ଭୁବନେଶ୍ବର ବ୍ୟକ୍ତିତ୍ବ ଛତିଶଗଡ଼ ମହିଳା ଦଳକୁ ଜାତୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା କରାଇବା ଭଳି ଉଲ୍ଲେଖନୀୟ ସଫଳତା ପାଇଥିଲେ। ବର୍ତମାନ ଭାରତୀୟ ଖାଦ୍ୟ ନିଗମରେ କାର୍ଯ୍ୟରତ ୪୪ ବର୍ଷୀୟ ଶ୍ରୀ ଦାଶ ଭୁବନେଶ୍ବରରେ ମାଗଣା ହ୍ୟାଣ୍ଡବଲ୍ ପ୍ରଶିକ୍ଷଣ ସହିତ ଡ୍ୟୁବଲ୍‌କୁ ମଧ୍ୟ ପ୍ରୋତ୍ସାହିତ କରି ଆସୁଛନ୍ତି।

ସମ୍ବନ୍ଧିତ ଖବର