ବିମାନଠାରୁ ଶୀଘ୍ର ପହଞ୍ଚିବ ଏହି ଟ୍ରେନ, ୨୦୨୧ ସୁଦ୍ଧା ହୋଇଯିବ ପ୍ରସ୍ତୁତ

ବେଜିଙ୍ଗ: ଖୁବଶୀଘ୍ର ଚୀନରେ ଏଭଳି ଏକ ଟ୍ରେନ ଦେଖିବାକୁ ମିଳିବ ଯାହାକି ବିମାନଠାରୁ ମଧ୍ୟ ଶୀଘ୍ର ଗନ୍ତବ୍ୟସ୍ଥଳରେ ପହଞ୍ଚିବ | କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏକଥା ସତ | ଆସନ୍ତା ୨୦୨୧ ସୁଦ୍ଧା ଏହି ଟ୍ରେନ ଯାତ୍ରା ଆରମ୍ଭ କରିବ ବୋଲି ଜଣାପଡିଛି | ଏହି ଟ୍ରେନର ନାମ ମେଗଲେଭ ଟ୍ରେନ ହୋଇଥିବାବେଳେ ଘଣ୍ଟା ପ୍ରତି ୬୦୦ କିଲୋମିଟର ବେଗରେ ଏହି ଟ୍ରେନ ଯାତ୍ରା କରିବ |

ଏହି ଟ୍ରେନଟି ପାରମ୍ପରିକ ଟ୍ରେନ ଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଥିବାବେଳେ ବର୍ତ୍ତମାନ ଚୀନ ପାଖରେ ସର୍ବାଧିକ ଘଣ୍ଟା ପ୍ରତି ୪୩୧ କିଲୋମିଟର ବେଗରେ ଗତି କରୁଥିବା ଟ୍ରେନ ରହିଛି | ଚୀନର ରେଳ କର୍ତୃପକ୍ଷ କହିଛନ୍ତି ଯେ ବେଜିଙ୍ଗରୁ ସାଂଘାଇ ଯିବାକୁ ବିମାନରେ ସାଢେ ୫ ଘଣ୍ଟା ସମୟ ଲାଗିଥାଏ |

କିନ୍ତୁ ଏହି ଟ୍ରେନରେ ସାଢେ ତିନି ଘଣ୍ଟାରେ ଏହି ଯାତ୍ରାକୁ ସମ୍ପୂର୍ଣ୍ଣ କରିହେବ | ଏହି ଟ୍ରେନରେ ଚୁମ୍ବକୀୟ ପ୍ରଣାଳୀର ବ୍ୟବହାର କରାଯାଇଛି | ଯାହାଦ୍ୱାରା ବିନା ରେଳ ଧାରଣାରେ କେବଳ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରାଇ ଏହି ଟ୍ରେନ ଯାଇପାରିବ |

ସମ୍ବନ୍ଧିତ ଖବର