ବଦଳିଗଲା ମାର୍ଶାଲଙ୍କ ପୋଷାକ, ଏଣିକି ସେନା ଭଳି ୟୁନିଫର୍ମ ପିନ୍ଧିବେ ରାଜ୍ୟସଭା ମାର୍ଶାଲ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଯାଇଛି | ତେବେ ଆଜି ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା | ଯାହାକୁ ଦେଖି ଉପସ୍ଥିତ ସାଂସଦମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | କଥାଟି କିଛି ଏହିପରି | ଆଜି ଯେତେବେଳେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଗୃହରେ ପ୍ରବେଶ କରିଥିଲେ ସେତେବେଳେ ତାଙ୍କ ସହ ଆସିଥିବା ମାର୍ଶାଲମାନେ ଭିନ୍ନ ପୋଷାକ ପରିଧାନ କରିଥିଲେ |

ପ୍ରଥମେ ଧଳା ପୋଷାକ ପିନ୍ଧୁଥିବା ମାର୍ଶାଲ ଏବେ ସେନା ଅଧିକାରୀଙ୍କ ଭଳି ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଥିଲା | ପୂର୍ବରୁ ଧଳା ରଙ୍ଗର ଥିବା ୟୁନିଫର୍ମର ରଙ୍ଗ ଅଲିଭ ଗ୍ରୀନ ହୋଇଯାଇଛି | ଏହା ସହ ପଗଡି ବଦଳରେ ଏବେ ଟୋପି ପିନ୍ଧିଥିବାର ଦେଖିବାକୁ ମିଳିଛି |

ତେବେ ବଡ କଥା ହେଉଛି ଯେ ପୂର୍ବରୁ ଏହି ମାର୍ଶାଲମାନଙ୍କୁ ଦେଖିଥିବା ସାଂସଦମାନେ ମାର୍ଶଲଙ୍କ ନୂଆ ଅବତାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଏଠାରେ ସୂଚନା ଥାଉ କି ରାଜ୍ୟସଭାର ଚଳିତ ଥର ୨୫୦ ତମ ଅଧିବେଶନ ଚାଲିଛି | ବର୍ତ୍ତମାନ ୨୪୫ ଜଣ ସଦସ୍ୟ ଥିବାବେଳେ ଏହାର ଗଠନ ୧୯୫୨ ମସିହାରେ ହୋଇଥିଲା | ନଭେମ୍ବର ୨୬ ତାରିଖରେ ସମ୍ବିଧାନର ୭୦ ବର୍ଷ ପୂର୍ତ୍ତି ହୋଇଯିବ |

ସମ୍ବନ୍ଧିତ ଖବର