ଏଲଟିଟିଇର ଦାବି: ରାଜୀବ ଗାନ୍ଧୀଙ୍କୁ ଆମେ ମାରି ନାହୁଁ

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀଙ୍କ ହତ୍ୟାର ୨୭ବର୍ଷ ପରେ ତାଙ୍କ ହତ୍ୟା ଅଭିଯୋଗକୁ ଅସ୍ୱୀମାର କରିଛି ଶ୍ରୀଲଙ୍କାର ଲିବରେସନ ଟାଇଗର୍ସ ଅଫ ତାମିଲ ଇଲମ( ଏଲଟିଟିଇ)। ଏଲଟିଟିଇ ଦାବି କରିିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବୀ ଗାନ୍ଧୀଙ୍କ ହତ୍ୟା ପଛରେ ଏଲଟିଟିଇ ସଙ୍ଗଠନର କୌଣସି ସମ୍ପର୍କ ନାହିଁ। ଏଲଟିଟିଇର ରାଜନୈତିକ ଶାଖା ପ୍ରତିନିଧି କୁରୁବୁରୁନ ଗୁରୁସ୍ୱାମୀ ଓ ଆଇନଗତ ଶାଖାର ପ୍ରତିନିଧି ଲଥନ ଚନ୍ଦ୍ରଲିଙ୍ଗମଙ୍କ ଦସ୍ତଖତରେ ଜାରି ଚିଠିରେ ଏଲଟିଟିଇ ପକ୍ଷରୁ ଦାବି କରାଯାଇଛି ଯେ ଏଲଟିଟିଇ କେବଳ ଲୋକଙ୍କ ପାଇଁ, ଲୋକଙ୍କ ଦ୍ୱାରା ଓ ଓ ଲୋକଙ୍କର ସଙ୍ଗଠନ ଯାହା କେବଳ ତାମିଲ ଇଲମ (ରାଜ୍ୟ) ପାଇଁ ଆନ୍ଦୋଳନ କରୁଛନ୍ତି। ଏଲଟିଟିଇ ପୂର୍ବତନ ମୁଖ୍ୟମନ୍ତ୍ରୀ ହତ୍ୟା ସହିତ ସମ୍ପୃକ୍ତ ନୁହେଁ ବୋଲି ବାରମ୍ବାାର ତଥ୍ୟ ସମ୍ବଳିତ ପ୍ରମାଣ ଉପସ୍ଥାପନ କରୁଥିଲେ ମଧ୍ୟ ସଙ୍ଗଠନ ଉପରେ ବିନା ତଦନ୍ତରେ ରାଜୀବ ଗାନ୍ଧୀଙ୍କ ହତ୍ୟାର ଆରୋପ ଲଦି ଦିଆଯାଇଛି। ଆଉ ଏହି ଅପବାଦ ଯୋଗୁଁ ଏଲଟିଟିଇର ଲୋକେ ଅନିଶ୍ଚିତତା ମଧ୍ୟରେ ଜୀବନ କାଟୁଛନ୍ତି। ଏପରିକି କେତେକ ଏଲଟିଟିଇ ଲୋକମାନଙ୍କ ନରସଂହାରକୁ ଯୁକ୍ତିଯୁକ୍ତ ବୋଲି ପ୍ରମାଣ କରିବାକୁ ଯାଇ କହୁଛନ୍ତି ଯେ ମୁଲିଭାଇକାଲରେ ଯେଉଁ ଦେଢ଼ ଲକ୍ଷ ତାମିଲଙ୍କୁ ହତ୍ୟା କରାଯାଇଛି ତାହାର ମୂଲ୍ୟ ଏକୁଟିଆ ରାଜୀବ ଗାନ୍ଧୀଙ୍କ ହତ୍ୟା ସହିତ ମଧ୍ୟ ତୁଳନୀୟ ନୁହେଁ। ଏହି ଘୋଷଣା ମଧ୍ୟ ବେଶ ଦୁଃଖ ଦାୟକ। ଏଲଟିଟିଇ କେବେ ବି ଭାରତୀୟ ନେତାମାନଙ୍କୁୁ ଆକମଣ କରିବାକୁ ଚାହିଁ ନାହିଁ। ଶ୍ରୀଲଙ୍କା ସହିତ ସମ୍ପୃକ୍ତ ନ ଥିବା ବିଶ୍ୱର କୌଣସି ନେତାଙ୍କ ପ୍ରତି ଏଲଟିଟିଇ ଆକ୍ରମଣ କରେ ନାହିଁ ବୋଲି ଏହି ପତ୍ରରେ କୁହାଯାଇଛି।
ଏଲଟିଟିଇ ପକ୍ଷରୁ ଜାରି ପତ୍ରରେ କୁହାଯାଇଛି ଯେ ରାଜୀବ ଗାନ୍ଧୀଙ୍କ ଯୋଜନାବଦ୍ଧ ହତ୍ୟା ପଛରେ ଏକ ବିରାଟ ଷଡଯନ୍ତ୍ର ରହିଛି। ଏହା ଦ୍ୱାରା ଭାରତ ସରକାର ଓ ଏଲଟିଟିଇ ମଧ୍ୟରେ ସମ୍ପର୍କକୁ ଖରାପ କରିବାକୁ ଉଦ୍ୟମ ହୋଇଛି। ତେଣୁ ଏଲଟିଟିଇକୁ ରାଜୀବ ଗନ୍ଧୀଙ୍କ ହତ୍ୟାକାରୀ ଭାବେ ଯେପରି ଚିତ୍ରଣ କରାଯାଉଛି ତାକୁ ତୁରନ୍ତ ବନ୍ଦ କରିବାକୁ ଦାବିକରୁଛୁ। ଯାହା ଫଳରେ ଆନ୍ତର୍ଜାତିକ ସ୍ତରରେ ଏଲଟିଟିଇ ଉପରୁ ବାସନ୍ଦ ଉଠିଯାଇ ପାରିବ ଓ ଆମର ଲୋକେମାନେ ସ୍ୱାଧୀନଭାବେ ବିଚରଣ କରି ପାରିବେ।

ସମ୍ବନ୍ଧିତ ଖବର