ଆମେରିକା-ଜାପାନ-ଦକ୍ଷିଣ କୋରିଆ ମିଳିତ ସମରାଭ୍ୟା

ଗୁଆମ୍‌ ଦ୍ୱୀପ ଉଡ଼ାଇଦେବାକୁ ପୁଣି ଉତ୍ତର କୋରିଆର ଧମକ

ଓ୍ଵାସିଂଟନ:     ଉତ୍ତର କୋରିଆର ପରମାଣୁ  ଏବଂ କ୍ଷେପଣାସ୍ତ୍ର ପରୀକ୍ଷଣ ବିରୋଧରେ ଆମେରିକା-ଜାପାନ-ଦକ୍ଷିଣ କୋରିଆ ଏବେ ଏକୁଜଟ୍‌ ହୋଇଛନ୍ତି। ତିନି ରାଷ୍ଟ୍ରର ମିଳିତ ସମରାଭ୍ୟାସ କୋରିଆ ଉପଦ୍ୱପୀ ଅଂଚଳରେ ଆରମ୍ଭ ହୋଇଯାଇଛି । ଆଗକୁ ଏହା ଆହୁରି ବ୍ୟାପକ ରୂପ ନେବ ବୋଲି ଆମେରିକା ସେନାର ବରିଷ୍ଠ କମାଣ୍ଡରମାନେ କହିଛନ୍ତି।  ଉତ୍ତର କୋରିଆ ଆମେରିକାର ମିଳିତ ସମରାଭ୍ୟାସକୁ ଦୃଢ଼ ବିରୋଧ କରିବା ସହ ଏହାକୁ ଯୁଦ୍ଧର ଆରମ୍ଭ ଭାବେ ଗ୍ରହଣ କରିଛି।   ପରିସ୍ଥିତିରେ ପରିବର୍ତ୍ତନ ନହେଲେ ଆମେ ଆମେରିକାର ଗୁଆମ ଦ୍ୱୀପ ଉଡ଼ାଇ ଦେବୁ ବୋଲି ଉତ୍ତର କୋରିଆ ସାମରିକ ମୁଖ୍ୟ କହିଛନ୍ତି। ଗୁଆମ ଦ୍ୱୀପରେ ଆମେରିକାର ଗୁରତ୍ୱପୂର୍ଣ୍ଣ ବାୟୁସେନା ଘାଟି ରହିଛି। ଉତ୍ତର କୋରିଆ ପରମାଣୁ ଅସ୍ତ୍ର ହାସଲ କରିବା  ପରେ ଅତ୍ୟନ୍ତ ଦାୟିତ୍ୱହୀନ ଆଚରଣ କରୁଥିବାରୁ ନାଗରିକଙ୍କ ସୁରକ୍ଷା ପାଇଁ ଏବେ ଦକ୍ଷିଣ କୋରିଆ ଏବଂ ଜାପାନ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି।   ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍‌ ଉତ୍ତର କୋରିଆକୁ ନିରସ୍ତ୍ର କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସଙ୍କେତ ଦେଇସାରିଥିବାରୁ ଏବେ ସମଗ୍ର ବିଶ୍ୱର ନଜର ଟ୍ରମ୍ପ୍‌ଙ୍କ ଉପରେ ରହିଛି ।  ଟ୍ରମ୍ପ୍‌ ଜାତିସଂଘରେ ଉଦ୍‌୍‌ବୋଧନ ଦେଇ ଉତ୍ତର କୋରିଆକୁ ସମୂଳେ ବିନାଶ କରାଯିବ ବୋଲି ଚେତାବନୀ ଦେବାପରେ ବରିଷ୍ଠ କମାଣ୍ଡରମାନଙ୍କ ସହ ୩ ପର୍ଯ୍ୟାୟରେ ବୈଠକ କରିସାରିଛନ୍ତି। ଉତ୍ତର କୋରିଆର କ୍ଷେପଣାସ୍ତ୍ରକୁ ରୋକିବା ପାଇଁ ଆମେରିକା ପ୍ରସ୍ତୁତି ଆରମ୍ଭ କରିଦେଇଛି।   ଆମେରିକାର ବି-୧ବି ବୋମାବର୍ଷୀ ବିମାନ କୋରିଆ ଉପଦ୍ୱୀପରେ ଲଗତାର ଉଡ଼ାଣ ଜାରି ରଖିବା ସହ ଏବେ ଦକ୍ଷିଣ କୋରିଆ ଓ ଜାପାନ ସହ ମିଳିତ ସମରାଭ୍ୟାସରେ ସାମିଲ ହୋଇଛି।   ଜାପାନ ନିଜର ସୁରକ୍ଷା ପାଇଁ ଥାଡ କ୍ଷେପଣାସ୍ତ୍ର ମୁତୟନ କରିଥିବା ବେଳେ ଅନ୍ୟ ବିକଳ୍ପ କଥା ମଧ୍ୟ ଚିନ୍ତା କରାଯାଉଛି। ଉତ୍ତର କୋରିଆ ଏବେ ନିଜର ଶକ୍ତିଶାଳୀ କ୍ଷେପଣାସ୍ତ୍ରଗୁଡ଼ିକୁ ଏହାର ମହଜୁଦ୍‌ସ୍ଥଳରୁ ଅନ୍ୟତ୍ର ସ୍ଥାନାନ୍ତର କରିସାରିଛି। ୪ଟି ମହାଶକ୍ତିଶାଳୀ ଆଇସିବିଏମ୍‌ କ୍ଷେପଣାସ୍ତ୍ର ମୁତୟନ ସରିଛି। ଶାସକ କିମ୍‌୍‌୍‌ ଜଙ୍ଗ୍‌ ଉନ୍‌ କେତେବେଳେ କିଭଳି ପଦକ୍ଷେପ ନେବେ କହିହେଉନାହିଁ। ଦକ୍ଷିଣ କୋରିଆ ଏବଂ ଜାପାନ ଏକପ୍ରକାର ଆତଙ୍କିତ ଅବସ୍ଥାରେ ରହିଛି ।

ସମ୍ବନ୍ଧିତ ଖବର