ଆନ୍ତର୍ଜାତିକ ଇନ୍‌ସ୍‌ପେକ୍ଟର୍‌ଙ୍କ ଯାଞ୍ଚ ନିମନ୍ତେ ଆଣବିକ ଏବଂ କ୍ଷେପଣାସ୍ତ୍ର ସ୍ଥଳ ପ୍ରସ୍ତୁତି କରୁଛି ଉତ୍ତର କୋରିଆ

ସିଓଲ: ଅନ୍ତର୍ଜାତୀୟ ତଲାସି ନିମନ୍ତେ ଉତ୍ତର କୋରିଆ ତା’ର କେତେକ ଆଣବିକ ଏବଂ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣସ୍ଥଳ ପ୍ରସ୍ତୁତି କରୁଥିବା କଥା ଦକ୍ଷିଣ କୋରିଆର ଗୁପ୍ତଚର ଏଜେନ୍‌ସି ଲକ୍ଷ୍ୟ କରିଥିବା କଥା ଦକ୍ଷିଣ କୋରିଆର ଜଣେ ସାଂସଦଙ୍କ ଉକ୍ତିକୁ ଉଦ୍ଧାର କରି ୟୋନ୍‌ହାପ୍‌ ନ୍ୟୁଜ୍‌ ଏଜେନ୍‌ସି ବୁଧବାର ଦିନ କହିଛି।

ଏକଥା ନିଶ୍ଚିତ କରି କହିବାକୁ ଯୁକ୍ତରାଷ୍ଟ୍ର ଆମେରିକୀୟ ଅଧିକାରୀମାନେ ମନା କରିଥିଲେ ବି ସେକ୍ରେଟାରି ଅଫ୍‌ ଷ୍ଟେଟ୍‌ ମାଇକ୍‌ ପୋମ୍ପେଓ ଓ୍ଵାସିଂଟନ୍‌ରେ କହିଛନ୍ତି କି, ଆସନ୍ତା ସପ୍ତାହରେ ସେ ତାଙ୍କର ଉତ୍ତର କୋରୀୟ ପ୍ରତିପକ୍ଷଙ୍କୁ ଭେଟିବା ପାଇଁ ଯୋଜନା କରିଛନ୍ତି। ସେ ତାଙ୍କୁ ଯାଞ୍ଚ ବିଷୟରେ ପଚାରିବେ।

ଉତ୍ତର କୋରିଆର ମୁଖ୍ୟ ଆଣବିକ ପରିସର ୟୋଙ୍ଗ୍‌ବାୟୋଙ୍ଗ୍‌ ଠାରେ କୌଣସି ବଡ଼ କାର୍ଯ୍ୟକଳାପ ଦୃଷ୍ଟି ଗୋଚର ହୋଇନାହିଁ ବୋଲି ଉକ୍ତ ସାଂସଦ କହିଛନ୍ତି।

ଉତ୍ତର କୋରିଆ ଗତ ବର୍ଷରୁ ଆଣବିକ ଏବଂ କ୍ଷେପଣାସ୍ତ୍ର ପରୀକ୍ଷା ସ୍ଥଗିତ ରଖିଛି, କିନ୍ତୁ ଗତ ମେ ମାସରେ ପୁଙ୍ଗ୍ୟେରି ଠାରେ ଥିବା ଉତ୍‌କ୍ଷେପଣସ୍ଥଳୀ ନଷ୍ଟ କରିବା ସମୟରେ କୌଣସି ଆନ୍ତର୍ଜାତିକ ଯାଞ୍ଚ କରାଇ ନ ଦେଇ ସମାଲୋଚନାର ସରବ୍ୟ ହୋଇଥିଲା।

ଗତ ସେପ୍ଟେମ୍ବର ମାସରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁଉନ୍‌ ଜୈ-ଇନ୍‌ଙ୍କ ସହ ଏକ ଶିଖର ବୈଠକରେ କିମ୍‌ ଜୋଙ୍ଗ୍‌ ଉନ୍‌ ପ୍ରତିଶ୍ରୁତି ଦେଇଥିଲେ କି, ସୋହାଏ ଉତ୍‌କ୍ଷେପଣସ୍ଥଳୀ ନଷ୍ଟ କରିବା ବେଳେ ସେ ବିଶେଷଜ୍ଞମାନଙ୍କୁ ଦେଖିବାକୁ ଅନୁମତି ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର