ଦ୍ୱିତୀୟଥର ପାଇଁ ନେପାଳ ପ୍ରଧାନମନ୍ତ୍ରୀ ହେଲେ ଓଲି

କାଠମାଣ୍ଡୁ: ସିପିଏମ୍‌-ୟୁଏମ୍‌ଏଲ୍‌ ଦଳ ଅଧ୍ୟକ୍ଷ କେ.ପି. ଶର୍ମା ଓଲି ଆଜି ଦ୍ୱିତୀୟଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଓଲିଙ୍କୁ ଦେଶର ୪୧ତମ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେବୁଆ ଜନତାଙ୍କୁ ଉଦ୍‌ବୋଧନ ଦେଇ ନିଜ ପଦରୁ ଇସ୍ତଫା ଦେବା ପରେ ଓଲିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଓଲି ଏହା ପୂର୍ବରୁ ୨୦୧୫ ମସିହା ଅକ୍ଟୋବର ୧୧ ତାରିଖରୁ ୨୦୧୬ ଅଗଷ୍ଟ ୩ ତାରିଖ ଯାଏଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି। ବାମପନ୍ଥୀ ଦଳ ସିପିଏମ୍‌-ୟୁଏମ୍‌ଏଲ୍‌କୁ ଦେଶର ଛୋଟବଡ଼ ୧୫ଟି ଦଳ ସମର୍ଥନ ଜଣାଇବା ପରେ ଓଲିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଇଥିଲା। ଗତ ଡିସେମ୍ବରରେ ହୋଇଥିବା ନିର୍ବାଚନରେ ଓଲିଙ୍କ ଦଳକୁ ୨୭୫ଟି ଲୋକସଭା ଆସନରୁ ୧୭୪ଟି ଆସନ ମିଳିଥିଲା।

ସମ୍ବନ୍ଧିତ ଖବର