ଏକଦା ଆଜ୍‌ମେର୍‌ରେ ଘୋଡ଼ାଗାଡ଼ି ଚଳାଉଥିଲେ ଆଶାରାମ ବାପୁ

ଆଜ୍‌ମେର୍‌: ଦୁଷ୍କର୍ମ ଅଭିଯୁକ୍ତ ଆଶାରାମଙ୍କର ରହିଛି ଛୋଟ ଏକ ଇତିହାସ। ତାହା ହେଉଛି ଯୁବାବସ୍ଥାରେ ପେଟପାଟଣା ପାଇଁ ଆଜମେର୍‌ ଠାରେ ତାଙ୍କର ଜୀବନ ସଂଗ୍ରାମ। ଜଣେ ଅଧ୍ୟାତ୍ମିକ ଗୁରୁ ହୋଇ ଉଭା ହେବା ପୂର୍ବରୁ ତାଙ୍କର ନାଁ ଥିଲା ଅସ୍‌ମୁଲ୍‌ ସିନ୍ଧି। ସେ ଘୋଡ଼ାଗାଡ଼ି ଚଳାଇ ଯାତ୍ରୀମାନଙ୍କୁ ରେଳ ଷ୍ଟେସନ୍‌ରୁ ଦର୍‌ଘା ସରିଫ୍‌କୁ ନେଉଥିଲେ। ଗୁଜୁରାଣ ମେଣ୍ଟାଇବାକୁ ସେ ଦୁଇ ବର୍ଷ ଏମିତି କଠିନ ପରିଶ୍ରମ କରିଛନ୍ତି। ସେ ସମୟରେ ତାଙ୍କ ସହ ଘୋଡ଼ାଗାଡ଼ି ଚଳାଉଥିବା କେତେକ ଲୋକଙ୍କ ଦୃଷ୍ଟିରେ ସେ ଜଣେ ସାଧାରଣ ଲୋକ ହୋଇଥିବାରୁ ସେମାନେ ତାଙ୍କୁ ପାସୋରି ପକାଇଥିଲେ।

ଆଜ୍‌ମେର୍‌ ଘୋଡ଼ାଗାଡ଼ି ୟୁନିୟନ୍‌ର ପନ୍ନା ଉସ୍ତାଦ କହନ୍ତି: ଜଣେ ସନ୍ଥ ହୋଇ ଜନପ୍ରିୟ ହେବ ପରେ ହିଁ ଯାଇ ଆମେ ତାଙ୍କୁ ଚିହ୍ନି ପାରିଥିଲୁ। ଯାତ୍ରୀ ଅପେକ୍ଷାରେ ଆଶାରାମ ବସି ରହୁଥିବା ଖୋରି କୁଇ ଘୋଡ଼ାଗାଡ଼ି ଷ୍ଟାଣ୍ଡ୍‌ର ଅନ୍ୟ ଗାଡ଼ିଆଳମାନେ ତାଙ୍କ ଭାଗ୍ୟରେ ବିସ୍ମିତ ହୋଇଥିଲେ।

ସାତ ବର୍ଷ ବୟସରେ ଆଶାରାମ ଓରଫ୍‌ ଅସୁମଲ୍‌ ପାକିସ୍ତାନର ସିନ୍ଧ୍‌ରୁ ଭାରତରେ ପହଞ୍ଚି ଥିଲେ। ଜଣେ ସମ୍ପର୍କୀୟଙ୍କ ନିମନ୍ତ୍ରଣ ପାଇଁ ୧୯୬୩ରେ ଅସୁମଲ୍‌ ଆଜ୍‌ମେର୍‌ ଆସିବା ପୂର୍ବରୁ ତାଙ୍କ ପରିବାର ଗୁଜରାଟରେ ରହୁଥିଲେ। ବରିଷ୍ଠ ଆଡ୍‌ଭୋକେଟ୍‌ ଚରଣଜିତ ସିଂହ ଓବେରୋଇଙ୍କ କହିବା ଅନୁସାରେ, ଅସୁମଲ୍‌ଙ୍କ ବାପା ପରେ ଆଜ୍‌ମେର୍‌ ଚାଲିଯାଇ ସପରିବାର ଖରି କୁଇରେ ବସବାସ କଲେ।

ଅସୁମଲ୍‌ ଥିଲା ଖୁବ୍‌ ପରିଶ୍ରମୀ ଏବଂ ପରିବାରକୁ ସାହାଯ୍ୟ କରିବାକୁ ଅର୍ଥ ଉପାର୍ଜ୍ଜନ କରିବାକୁ ଚାହୁଁଥିଲେ। କାରଣ ଦେଶ ବିଭାଜନ ପରେ ତାଙ୍କ ପରିବାର ଦରିଦ୍ର ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର