ନ୍ୟୁୟର୍କ ଟ୍ରମ୍ପ୍‌ ଟାଓ୍ଵାର୍‌ରେ ଅଗ୍ନିକାଣ୍ଡ ଘଟି ଜଣେ ମୃତ

ନ୍ୟୁୟର୍କ: ଶନିବାର ଦିନ ନ୍ୟୁୟର୍କସ୍ଥିତ ଟ୍ରମ୍ପ୍‌ ଟାଓ୍ଵାର୍‌ର ୫୦ ତାଲାରେ ଅଗ୍ନିକାଣ୍ଡ ଘଟିବାରୁ ଜଣେ ବୟୋବୃଦ୍ଧ ଲୋକଙ୍କର ମୃତ୍ୟୁ ଘଟିବା ସହ ୪ ଜଣ ନିଅାଁଲିଭାଳି ଆହତ ହୋଇଥିବା କଥା ଅଧିକାରୀମାନେ କହିଛନ୍ତି।

ନ୍ୟୁୟର୍କ ପୁଲିସ ବିଭାଗ କହିଛି ଯେ ଅଧିକାରୀମାନେ ଅଗ୍ନିକାଣ୍ଡସ୍ଥଳରେ ପହଞ୍ଚିବା ପରେ ଚେତାଶୂନ୍ୟ ହୋଇ ପଡ଼ିଥିବା ଜଣେ ୬୭ ବର୍ଷିୟ ଲୋକଙ୍କୁ ପାଇଥିଲେ।

ତାଙ୍କୁ ମାଉଣ୍ଟ୍‌ ସିନାଇ ରୁଜ୍‌ଭେଲ୍‌ଟ୍‌ ହସ୍‌ପିଟାଲ୍‌ ନିଆଯିବା ପରେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପରେ ତାଙ୍କ ମୃତ୍ୟୁର କାରଣ ସାବ୍ୟସ୍ତ କରାଯିବ ବୋଲି ପୁଲିସ କହିଛି।

ନ୍ୟୁୟର୍କ ସହରର ଅଗ୍ନିଶମ ବିଭାଗ କହିଛି ଯେ ନିଅାଁ ଖୁବ୍‌ ଅଖଞ୍ଜିଆ ସ୍ଥାନରେ ଲାଗିଥିଲା। ଆପଣମାନେ ଜାଣି ପାରୁଥିବେ ଆପାର୍ଟମେଣ୍ଟ୍‌ଟା କେଡ଼େ ବଡ଼। ଆମକୁ ୫୦ ତାଲା ଚଢ଼ିବାକୁ ପଡ଼ିଥିଲା। କୋଠାର ବାକି ଅଂଶରେ ପ୍ରବଳ ଧୂଅାଁ ପଶିଯାଇଥିଲା।

ଦମକଳବାହିନୀର ୪ଜଣ କର୍ମଚାରୀ ସାମାନ୍ୟ ଆହତ ହୋଇ ଥିଲେ ମଧ୍ୟ କୌଣସିମତେ ନିଅାଁକୁ ଆୟତ୍ତ କରାଯାଇଥିଲା।

ସନ୍ଧ୍ୟା ୬ଟା ବେଳେ ମିଡ୍‌ ଟାଉନ୍‌ ମାନ୍‌ହାଟ୍ଟନ୍‌ସ୍ଥିତ ଏହି ନଭଶ୍ଚୁମ୍ବୀ ଅଟ୍ଟାଳିକାରେ ଧୂଅାଁ ଉଠୁଥିବାର ଦେଖା ଯାଇଥିଲା।

ଅଟ୍ଟାଳିକାର ଚାରିପଟେ ଥିବା ରାସ୍ତାଘାଟ ସବୁ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ମାଲିକାନାରେ ରହିଛି।

ନିଅାଁ ଲିଭିଯାଇଛି ବୋଲି ପରେ ଟ୍ରମ୍ପ୍‌ ଘୋଷଣା କରି କହିଥିଲେ: ଟ୍ରମ୍ପ୍‌ ଟାଓ୍ଵାର୍‌ରେ ଲାଗିଥିବା ନିଅାଁ ଲିଭିଯାଇଛି। ଖୁବ୍‌ ଉତ୍ତମ ରୂପେ କୋଠାଟି ତୋଳା ଯାଇଥିଲା। ନିଅାଁଲିଭାଳି ପୁରୁଷ ଓ ମହିଳାମାନେ ଉତ୍ତମ କାମ କରିଛନ୍ତି। ଧନ୍ୟବାଦ!

ସମ୍ବନ୍ଧିତ ଖବର