ଗତ ସାଢ଼େ ତିନି ବର୍ଷରେ ଚଳନ୍ତା ଟ୍ରେନ୍‌ଗୁଡ଼ିକରେ ୫୫, ୦୦୦ରୁ ଊର୍ଦ୍ଧ୍ୱ ଚୋରି ହୋଇଛି

ନୂଆଦିଲ୍ଲୀ: ଗତ ସାଢ଼େ ତିନି ବର୍ଷ ମଧ୍ୟରେ ଚଳନ୍ତା ଟ୍ରେନ୍‌ଗୁଡ଼ିକରେ ସମୁଦାୟ ୫୫, ୩୬୯ ଚୋରି ଓ ୧, ୫୭୦ ଲୁଟ ଘଟନା ଘଟିଥିବା କଥା ରବିବାର ଦିନ ଅଧିକାରୀମାନେ କହିଛନ୍ତି।

ଭାରତୀୟ ରେଳବାଇ ଦ୍ୱାରା ସଂଗୃହୀତ ତଥ୍ୟାନୁସାରେ, ଏ ବର୍ଷ ଜାନୁଆରିରୁ ଜୁନ୍‌ ମଧ୍ୟରେ ୯, ୨୨୨ଟି ଯାତ୍ରୀମାନଙ୍କର ଜିନିଷପତ୍ର ଚୋରି ଘଟନା ପଞ୍ଜିକୃତ ହୋଇଛି। ଏହି ସମୟ ମଧ୍ୟରେ ସମୁଦାୟ ୧, ୩୭୮ ଜଣ ଲୋକଙ୍କୁ ଗିରଫ କରାଯାଇଥିବା କଥା ଅଧିକାରୀମାନେ କହିଛନ୍ତି।

୨୦୧୭ରେ ୧୮, ୯୩୬ଟି ଲଗେଜ୍‌ ଚୋରି ଏବଂ ୪୧୫ଟି ଲୁଟ୍‌ ଘଟଣା ରିପୋର୍ଟ ହୋଇଥିଲା। ଟ୍ରେନ୍‌ ମଧ୍ୟରେ ସମୁଦାୟ ୨୭ଟି ଡକାୟତି ଘଟଣା ଘଟିଥିବାବେଳେ ୧୫୫ ଜଣ ଯାତ୍ରୀଙ୍କୁ ନିଶା ଦିଆ ଯାଇ ଲୁଟ୍‌ କରାଯାଇଛି। ପୁଲିସ ୩, ୮୯୮ ଜଣ ଲୋକଙ୍କୁ ଗିରଫ କରିଛି।

୨୦୧୬ରେ ୧୪, ୬୧୯ଟି ଲଗେଜ୍‌ ଚୋରି ହୋଇଥିବା ବେଳେ ୪୪୧ଟି ଡକାୟତି ଘଟନା ରିପୋର୍ଟ କରାଯାଇଥିଲା। ସମୁଦାୟ ୨୧୮ ଯାତ୍ରୀଙ୍କୁ ନିଶା ଦିଆ ଯାଇ ଲୁଟ୍‌ କରାଯାଇଥିଲା ଏବଂ ୩, ୩୩୧ ଜଣ ଲୋକଙ୍କୁ ଗିରଫ କରାଯାଇଥିଲା।

୨୦୧୫ରେ ଲଗେଜ୍‌ ଚୋରି ଘଟନା ଥିଲା ୧୨, ୫୯୨ଟି ଏବଂ ୫୫୫ଟି ଲୁଟ୍‌ ଏବଂ ଡକାୟତି ଘଟଣା ରିପୋର୍ଟ ହୋଇଥିଲା। ସମୁଦାୟ ୨୮୪ ଜଣ ଯାତ୍ରୀଙ୍କୁ ନିଶା ଦିଆଯାଇ ଲୁଟ୍‌ କରାଯାଇଥିଲା। ପୁଲିସ ୩୧୫୧ ଅପରାଧୀଙ୍କୁ ଗିରଫ କରିଥିଲା।

ଅଧିକାରୀମାନଙ୍କ ମତରେ ସେଣ୍ଟ୍ରାଲ୍‌ ରେଲ୍‌େଓ୍ଵରେ ସର୍ବାଧିକ ୩୯୦୭ଟି ଚୋରି ଘଟନା ରିପୋର୍ଟ ହୋଇଛି। ତା’ ପଛକୁ ରହିଛି େଓ୍ଵଷ୍ଟର୍ଣ୍ଣ ରେଲ୍‌େଓ୍ଵ (୨୮୪୪), ନର୍ଦର୍ଣ୍ଣ ରେଲ୍‌େଓ୍ଵ (୨୪୮୦) ଏବଂ ସଦର୍ଣ୍ଣ ରେଲ୍‌େଓ୍ଵ (୨୦୯୩) ।

୮୧ଟି ଲୁଟ୍‌ ଘଟନା ଘଟି ନର୍ଦର୍ଣ୍ଣ ରେଲ୍‌େଓ୍ଵ ଶୀର୍ଷରେ ଥିବା ବେଳେ ତା’ପଛକୁ ରହିଛି େଓ୍ଵଷ୍ଟର୍ଣ୍ଣ ରେଲ୍‌େଓ୍ଵ (୬୮) ଏବଂ ସେଣ୍ଟ୍ରାଲ୍‌ ରେଲ୍‌େଓ୍ଵ (୫୪)।

ଚୋରି ଘଟନା ସାମାନ୍ୟ ବଢ଼ିଥିଲେ ବି ୨୦୧୬ ତୁଳନାରେ ୨୦୧୭ରେ ଲୁଟ୍‌ ଏବଂ ଡକାୟତି ଘଟନା ହ୍ରାସ ପାଇଛି।

ରେଳମନ୍ତ୍ରାଳୟ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ୨୨୦୦ ଟ୍ରେନ୍‌ ଚୋରି ନିମନ୍ତେ ରାଜ୍ୟ ସରକାର ଦାୟୀ ଏବଂ ଅନ୍ୟ ୨୫୦୦ ଟ୍ରେନ୍‌ ଚୋରି ନିମନ୍ତେ ରେଳବାଇ ପୁଲିସ ଦାୟୀ।

ଜୋର୍‌ଦାର୍‌ ପହରା ନିମନ୍ତେ ଦେଶର ବିଭିନ୍ନ ପ୍ଲାଟ୍‌ଫର୍ମରେ ୩୯୪ଟି ସିସିଟିଭି ଖଞ୍ଜାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।

ଜରୁରୀ ପରିସ୍ଥିତିରେ ଯାତ୍ରୀମାନେ ହେଲ୍‌ପ୍‌ଲାଇନ୍‌ ନମ୍ବର ୧୮୨ ଡାଏଲ୍‌ କରି ପାରିବେ ବୋଲି ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର