ନୂଆଦିଲ୍ଲୀ : ଇସ୍ଲାମାବାଦରେ ଥିବା ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ପାକିସ୍ତାନ ସରକାର ବିଭିନ୍ନ ସମୟରେ ହଇରାଣ ହରକତ କରିବା ଘଟଣା ନୂଆ ନୁହେଁ । କିନ୍ତୁ ବେଳେବେଳେ ପାକ୍ ସରକାର ଯେ ଏତେ ତଳକୁ ଖସିଯାଆନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ନିକଟରେ ଆସିଥିବା ଏକ ଅଭିଯୋଗ ଅନୁସାରେ ପାକିସ୍ତାନ ସରକାର ଜାଣିଶୁଣି ଭାରତୀୟ ଦୂତାବାସକୁ ବ୍ରଡବ୍ୟାଣ୍ଡ ସଂଯୋଗ କାଟି ଦେଉଛନ୍ତି । ଅଥବା ଭାରତ ସରକାରଙ୍କ େଓ୍ଵବସାଇଟଗୁଡିକୁ ବ୍ଲକ କରିଦେଉଛନ୍ତି । ଏହା ଫଳରେ ଭାରତୀୟ ଦୂତାବାସ କର୍ମଚାରୀମାନେ ନିତିଦିନିଆ ଜରୁରୀ ସରକାରୀ କାମ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହା ଦ୍ୱାରା କେବଳ ଭାରତୀୟ ଦୂତାବାସ କର୍ମଚାରୀମାନେ ନୁହେଁ, ବରଂ ଭାରତକୁ ଆସିବାକୁ ଚାହୁଁଥିବା ପାକିସ୍ତାନୀ ନାଗରିକମାନେ ମଧ୍ୟ ଭିସା ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସମସ୍ୟାର ସମାଧାନ କରିବା ଲାଗି ହସ୍ତକ୍ଷେପ କରିବାକୁ ଭାରତୀୟ ଦୂତାବାସ ପକ୍ଷରୁ ଅନେକ ଥର ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟକୁ ଅନୁରୋଧ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିୁନାହିଁ । ଗତ ୧୨ ତାରିଖରେ ମଧ୍ୟ ଭାରତୀୟ ଦୂତାବାସ ପକ୍ଷରୁ ଏପରି ଏକ ଅନୁରୋଧ କରାଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ତାହାର କୌଣସି ସୁଫଳ ମିଳିନାହିଁ ।