ଶ୍ରୀନଗରରେ ପିଡିପି ନେତାଙ୍କୁ ଗୁଳିକରି ହତ୍ୟାକଲେ ଆତଙ୍କବାଦୀ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀର ରାଜଧାନୀ ଶ୍ରୀନଗରର ରାଜପୋରା ଛକ ନିକଟରେ ପିଡିପି ନେତା ଗୁଲାମ ନବୀ ପଟେଲଙ୍କୁ ସଂଦିଗ୍ଧ ଆତଙ୍କବାଦୀ ଗୁଳି ଚଳାଇବାରୁ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ତାଙ୍କର ଦୁଇଜଣ ସୁରକ୍ଷାକର୍ମୀ ଇମତିଆଜ ଅହମ୍ମଦ ଜରଗର ଓ ବିଲାଲ ଅହମ୍ମଦ ଲୋନ ଆହତ ହୋଇଛନ୍ତି । ପିଡିପି ନେତା ପଟେଲ ନିଜ ସୁରକ୍ଷା କର୍ମୀଙ୍କ ସହ ନିଜ ଏସୟୁଭିରେ ଯାଉଥିବାବେଳେ ଉକ୍ତ ସଂଦିଗ୍ଧ ବନ୍ଧୁକଧାରୀମାନେ ଉକ୍ତ ଗାଡ଼ି ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ । ଘଟଣାରେ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଅନ୍ୟପକ୍ଷରେ ଦୁଇଜଣ ସୁରକ୍ଷା କର୍ମୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଉପର ହସପିଟାଲକୁ ରେଫର କରାଯାଇଛି । ପୁଲିସ ଏ ନେଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ଶ୍ରୀନଗରର ଡେଞ୍ଜରପୁରା ନିବାସୀ ପଟେଲ ପୂର୍ବରୁ କଂଗ୍ରେସରେ ଥିବାବେଳେ କିଛି ମାସ ପୂର୍ବେ ପିଡିପିରେ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର