କଶ୍ମୀର କଥାରେ ତୁର୍କୀ ପାକିସ୍ତାନକୁ ସମର୍ଥନ କରିବାରୁ ଅଙ୍କାରା ଗସ୍ତ ପ୍ରତ୍ୟାହାର କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବିତ ତୁର୍କୀର ରାଜଧାନୀ ଅଙ୍କାରା ଗସ୍ତକୁ ସରକାର ପ୍ରତ୍ୟାହାର କରିନେବାକୁ ସ୍ଥିର କରିଛନ୍ତି।
ତୁର୍କୀ ରାଷ୍ଟ୍ରପତି ରିସେପ୍‌ ତାୟିପ୍‌ ଏର୍ଡୋଗାଓଁ ଜାତିସଂଘର ସାଧାରଣ ପରିଷଦ୍‌ ବୈଠକରେ ଖୋଲାଖୋଲି କଶ୍ମୀର ପ୍ରସଙ୍ଗ ଉଠାଇବା ଏବଂ ପ୍ୟାରିସ୍‌ରେ ଫାଇନାନ୍‌ସିଆଲ୍‌ ଆକ୍ସନ୍‌ ଟାସ୍କ ଫୋର୍ସ ବୈଠକରେ ପାକିସ୍ତାନକୁ ସମର୍ଥନ ଦେବା କାରଣରୁ ଏ ମାସ ଶେଷ ଆଡ଼କୁ ଧାର୍ଯ୍ୟ କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ସରକାରୀ ଅଙ୍କାରା ଗସ୍ତ ରଦ୍ଦ କରିଛନ୍ତି।

Image Source: India Today

ଏହା ପ୍ରଧାମନ୍ତ୍ରୀ ମୋଦୀଙ୍କ ଅଙ୍କାରା ଗସ୍ତ ତୁର୍କୀକୁ ପ୍ରଥମ ଏକଲା ଗସ୍ତ ହୋଇଥାଆନ୍ତା। ଅକ୍ଟୋବର ୨୭-୨୮ ତାରିଖ ଦିନ ପ୍ରଧାମନ୍ତ୍ରୀ ସାଉଦୀ ଆରବରେ ବିଶାଳ ବିନିଯୋଗ ଶିଖର ବୈଠକରେ ଯୋଗ ଦେଇ ସେଠାରୁ ତୁର୍କୀ ଗସ୍ତରେ ଯାଇଥାଆନ୍ତେ। ଗସ୍ତ ରଦ୍ଦ ଦ୍ୱାରା ତୁର୍କୀ ଓ ନୂଆଦିଲ୍ଲୀର ସମ୍ପର୍କ ମଧ୍ୟରେ ସମ୍ପର୍କ ବିଗିଡ଼ି ଯିବାର ପରି ମନେହୁଏ। ଅବଶ୍ୟ ତୁର୍କୀ ସହ ଭାରତର ସମ୍ପର୍କ ସେତେ ଭଲ ନ ନାହିଁ।

ବାଣିଜ୍ୟ ଏବଂ ପ୍ରତିରକ୍ଷା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ଏହି ଗସ୍ତରେ ଆଲୋଚନା କରିଥାଆନ୍ତେ।

ଏ ଗସ୍ତ ସଂକ୍ରାନ୍ତରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି: ଗସ୍ତ ଚୂଡ଼ାନ୍ତ ହୋଇ ନ ଥିଲା, ତେଣୁ ରଦ୍ଦ କରିବାର ପ୍ରଶ୍ନ ଉଠୁନି।

ସମ୍ବନ୍ଧିତ ଖବର