‘ପି ଏମ୍‌ ମୋଦୀ’ ଫିଲ୍ମକୁ ନେଇ କଂଗ୍ରେସ ନେତାଙ୍କୁ ଜବାବ୍‌ ଦେଲେ ଅଭିନେତା ବିବେକ ଓବେରଏ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ ‘ପି ଏମ୍‌ ମୋଦୀ’ ଫିଲ୍ମକୁ ନେଇ କଂଗ୍ରେସ ସମେତ କେତେକ ବିରୋଧୀ ଦଳ ବିଜେପିକୁ ଟାର୍ଗେଟ କରିଛନ୍ତି। ଠିକ୍‌ ସେହିପରି ଏହି ଫିଲ୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକା ନିଭାଇଥିବା ବିବେକ ଓବେରଏଙ୍କୁ ମଧ୍ୟ କଂଗ୍ରେସ ନେତା କପିଲ ସିବଲ୍‌, ମନୁ ସିଂଘଭିଙ୍କୁ ବି ଟାର୍ଗେଟ କରିଛନ୍ତି।

କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜଓ୍ଵାଲା କହିଛନ୍ତି ଯେ ବିବେକ ଓବେରଏ ଯେଉଁଭଳି ଜଣେ ଫ୍ଲପ୍‌ ଅଭିନେତା, ଠିକ୍‌ ସେହିଭଳି ‘ପିଏମ୍‌ ନରେନ୍ଦ୍ର ମୋଦୀ’ ଫିଲ୍ମ ବି ଏକ ବୋଗସ୍‌ ଫିଲ୍ମ।

photo– ndtv

ଏଣେ ବିବେକ ଓବେରଏ ଏହାର ପ୍ରତିକ୍ରିୟାରେ କହିଛନ୍ତି ‘ମୁଁ ବଝି ପାରୁନି କାହିଁକି କିଛି ଲୋକ ଅଧିକ ପ୍ରତିକ୍ରିୟା ଶୀଳ ହୋଇଉଠିଛନ୍ତି। ଅଭିଷେକ ମନୁ ସିଂଘଭି ଓ କପିଲ ସିବଲଙ୍କ ଭଳି ବରିଷ୍ଠ ଆଇନଜୀବୀ ଏହାଉପରେ ଜନସ୍ୱାର୍ଥ ମାମଲା ଦାୟର କରି କାହିଁକି ସମୟ ବରବାଦ୍‌ କରୁଛନ୍ତି?ମୁଁ ବୁଝିପାରୁନି ଏମାନେ ଫିଲ୍ମକୁ ଡରୁଛନ୍ତି ନା ଚୌକିଦାରଙ୍କ ଲାଠିକୁ ଡରୁଛନ୍ତି।’

ସମ୍ବନ୍ଧିତ ଖବର