୯୨ରେ ପଦାର୍ପଣ କଲେ ବରିଷ୍ଠ ବିଜେପି ନେତା ଆଡ଼ଭାନୀ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ଏଲ୍‌କେ ଆଡ଼ଭାନୀ ଆଜି ୯୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଡ଼ଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଆଡ଼ଭାନୀ ଜଣେ ବିଦ୍ବାନ୍‌, ବହୁ ଦଶନ୍ଧିର ପରିଶ୍ରମ ଦ୍ବାରା ସେ ବିଜେପିକୁ ଗଢ଼ିଛନ୍ତି ଏବଂ ବିଜେପିକୁ ବଳ ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ୍‌ କରି କହିଛନ୍ତି। ମୋଦୀ ଆଜି ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଆଡ଼ଭାନୀଙ୍କୁ ତାଙ୍କ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇଥିଲେ। ଆଡ଼ଭାନୀ ୧୯୨୭ ନଭେମ୍ବର ୮ ତାରିଖରେ ଅବିଭାଜିତ ଭାରତର କରାଚୀରେ ଜନ୍ମ ଗ୍ରହଣ କରିଥିଲେ। ତେବେ ବିଭାଜନ ପରେ ତାଙ୍କ ପରିବାର ଭାରତ ଚାଲି ଆସିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହିତ ସେ ମଧ୍ୟ ବିଜେପିର ଜଣେ ପ୍ରତିଷ୍ଠାତା ସଦସ୍ୟ।

ସମ୍ବନ୍ଧିତ ଖବର