ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ଆମେରିକାର ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହେବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ଏକ ବଡ଼ ସମ୍ମାନ ମିଳିବାକୁ ଯାଉଛି । ଆମେରିକାର ସବୁଠାରୁ ସମ୍ମାନଜନକ ଗେଟ୍ସ ପୁରସ୍କାରରେ ପୁରସ୍କୃତ ହେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସ୍ୱଚ୍ଛ ଭାରତ ଅଭିଯାନର ସଫଳତା ପାଇଁ ମୋଦୀଜୀଙ୍କୁ ଏହି ପୁରସ୍କାର ମିଳିବ ବୋଲି ଜଣାପଡ଼ିଛି । ମୋଦୀଙ୍କୁ ଏହି ସମ୍ମାନ ବିଲ୍ ଆଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁ ଦିଆଯିବ । ଏ ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ପିଏମ୍ଓର ରାଜ୍ୟମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ଶେଷ ଆଡ଼କୁ ଆଯୋଜିତ ହେବାକୁ ଥିବା ଏକ ବୈଠକରେ ଯୋଗ ଦେବା ପାଇଁ ଆମେରିକା ଯିବେ । ଯେଉଁ ସମୟରେ ତାଙ୍କୁ ସ୍ୱଚ୍ଛ ଭାରତ ଅଭିଯାନର ୫ବର୍ଷ ପୂର୍ତ୍ତି ଅବସରରେ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି ।
Another award,another moment of pride for every Indian, as PM Modi’s diligent and innovative initiatives bring laurels from across the world.
Sh @narendramodi to receive award from Bill & Melinda Gates Foundation for #SwachhBharatAbhiyaan during his visit to the United States. pic.twitter.com/QlsxOWS6jT— Dr Jitendra Singh (@DrJitendraSingh) September 2, 2019
ସୂଚନା ମୁତାବକ, ଅକ୍ଟୋବର ୨, ୨୦୧୪ରେ ନିଜର ପ୍ରଥମ କାର୍ଯ୍ୟକାଳରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନ ଆରମ୍ଭ ହେବାର ୫ବର୍ଷ ପରେ ଦେଶରେ ସୁଧାର ଆସିଥିବା ଦେଖାଯାଇଛି ।