ତ୍ରିଚି : ତୁରନ୍ତ ଚିକିତ୍ସା ଆରମ୍ଭ କରାଇବା ଆବଶ୍ୟକ ବୋଲି ଡାକ୍ତରମାନେ କହିବା ପରେ ବି ପ୍ରସବ ସମୟ ଘନେଇ ଆସୁଥିବା ଜଣେ ଅନ୍ତଃସତ୍ତ୍ୱା ମହିଳା ତାଙ୍କ ପରିବାର ସଦସ୍ୟଙ୍କ ସହ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚମ୍ପଟ୍ ମାରିଛନ୍ତି। ଏଭଳି କୌତୂହଳପ୍ରଦ ଘଟଣା ଘଟିଛି ଅରନ୍ତାଙ୍ଗି ନକଟବର୍ତ୍ତୀ ବେତିୟାଗୁଣ୍ଡି ଠାରେ। ୫୬ ବର୍ଷିୟ ଆନନ୍ଦନଙ୍କ ୫୨ ବର୍ଷୀୟ ଗର୍ଭବତୀ ପତ୍ନୀ ଆରୟିଙ୍କର ହେମୋଗ୍ଲୋବିନ୍ କମ୍ ଥିବାରୁ ଚିକିତ୍ସିତ ହେଉଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
୯ଟି ପିଲାଙ୍କର ଜନନୀ, ଆରୟି ୧୩ ବର୍ଷ ପରେ ଗର୍ଭରେ ୧୦ମ ସନ୍ତାନ ଧାରଣ କରିଛନ୍ତି ବୋଲି ଜାଣି ନ ଥିଲେ। ଦେହ ଅସୁଖ ଲାଗିବାରୁ ଚିକିତ୍ସା କରାଇବାକୁ ସେ ସିଂଗବନମ୍ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ। ଡାକ୍ତରମାନେ ତୁରନ୍ତ ଚିକିତ୍ସା ଏବଂ ପ୍ରସବ ପରେ ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା କଥା ଉଠାଇବା ମାତ୍ରେ ସେ ଡାକ୍ତରଖାନାରୁ ଉଭାନ୍ ହୋଇଯାଇଥିଲେ।
୫ ବର୍ଷ ହେବ ବେତିଆନ୍ଗୁଣ୍ଡି ଠାରେ ଥିବା ୬୦ ବର୍ଗଫୁଟ୍ ଘରେ ସେ ତାଙ୍କର ସ୍ୱାମୀ ଓ ୫ ପିଲାଙ୍କ ସହ ରହୁଛନ୍ତି। ଯାଯାବର ସମ୍ପ୍ରଦାୟର ହୋଇଥିବାରୁ ସେମାନେ ଜାଗା ଜାଗା ଘୂରି ବୁୁଲୁ ଥିବାରୁ ଗୋଟାଏ ସ୍ଥାନରେ ବହୁଦିନ ଧରି ରହନ୍ତି ନାହିଁ। ତାଙ୍କର ଅନ୍ୟ ୪ ପିଲା ବାହାସାହା ହୋଇ ସେମାନଙ୍କ ପରିବାର ନେଇ ରହୁଛନ୍ତି।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଆରାୟି ୯ଟିଯାକ ପିଲାଙ୍କୁ ଘରେ ପ୍ରସବ କରିଛି। ୧୦ମ ସନ୍ତାନ ପ୍ରସବ କରିବାକୁ ଡାକ୍ତରଖାନା ଯିବାକୁ ଚାହୁଁ ନ ଥିଲା।
୪ ମାସ ତଳେ ଭୀଷଣ ରକ୍ତହୀନତା ଯୋଗୁଁ ସେ ଡାକ୍ତରଖାନା ଆସି ଦୁଇ ବୋତଲ ରକ୍ତ ଗ୍ରହଣ କରିଥିଲେ।