ଗୋଆରେ ରାଷ୍ଟ୍ରପତି ଶାସନ ଦାବି କଲା କଂଗ୍ରେସ

ପାନାଜୀ:ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଏବେ ଅସୁସ୍ଥତା ହେତୁ ଚିକିତ୍ସାପାଇଁ ଆମେରିକା ଯାଇଥିବାବେଳେ ବିରୋଧୀ ଦଳ କଂଗ୍ରେସ ଏବେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଦାବି କରିଛି। କଂଗ୍ରେସର ଗୋଆ ମୁଖପାତ୍ର ରମାକାନ୍ତ ଖଲାପ୍‌ଙ୍କ କହିବା ଅନୁଯାୟୀ ରାଜ୍ୟ ଏବେ ଏକ ସାମ୍ବିଧାନିକ ସଙ୍କଟ ଦେଇ ଗତି କରୁଛି ତେଣୁ ରାଜ୍ୟରେ ଏବେ ରାଷ୍ଟ୍ରପତି ଶାସନ ଲୋଡ଼ା। ରାଜ୍ୟପାଳ ମ୍ରିଦୁଳା ସିହ୍ନାଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା ପାଇଁ ସମୟ ଠିକ୍‌ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର