କଠୁଆ-ଉନ୍ନାଓ କାଣ୍ଡ: ଦେଶବ୍ୟାପୀ ଅସନ୍ତୋଷ, ବିକ୍ଷୋଭ

ନୂଆଦିଲ୍ଲୀ: ଦେଶକୁ ଦୋହଲାଇ ଦେଇଥିବା କଠୁଆ ଏବଂ ଉନ୍ନାଓ ଦୁଷ୍କର୍ମ ମାମଲାକୁ ନେଇ ଏବେ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଦେଶର ବିଭିନ୍ନ ସହରରେ ଆଜି ବିଜେପି ବିରୋଧୀ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଆଜି ବେଙ୍ଗାଲୁରୁ, ହାଇଦ୍ରାବାଦ୍‌, ଚେନ୍ନାଇ, ଦିଲ୍ଲୀ ଏବଂ କୋଲକାତାର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିବା ବେଳେ ମହିଳାଙ୍କ ସୁରକ୍ଷା ନେଇ ବିଭିନ୍ନ ସଂଗଠନ ଉଦ୍‌୍‌ବେଗ ପ୍ରକାଶ କରିଛନ୍ତି। ଚେନ୍ନାଇ ଏବଂ କୋଲକାତାରେ ଦୁଷ୍କର୍ମ ମାମଲାକୁ ବିରୋଧ କରି ଏବଂ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଦାବି କରି ବହୁ ସଂଖ୍ୟାରେ ଜନତା ରାସ୍ତାକୁ ଓହ୍ଲାଇ ଥିଲେ। ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ୍‌ରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା ହୋଇଥିବା ବେଳେ ମହିଳା ଓ ଶିଶୁ ସୁରକ୍ଷା ସଂଗଠନଗୁଡ଼ିକ ନିରବ ପ୍ରତିବାଦ ମଧ୍ୟ କରିଛନ୍ତି। ବହୁ ସଂଖ୍ୟାରେ ସାମାଜିକ କର୍ମୀ ଏବଂ ଛାତ୍ରଛାତ୍ରୀ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି। ‘ବେଟି ବଚାଓ ବିଜେପି ଭଗାଓ’, ‘ ରିଷ୍ଟୋର ରୁ୍‌ଲ୍‌ ଅଫ୍‌ ଲ’ ପୋଷ୍ଟର ଧରି ଲୋକେ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇ ଅଭିଯୁକ୍ତଙ୍କୁ ତୁରନ୍ତ ଦଣ୍ଡ ପ୍ରଦାନ ଦାବି କରିଥିଲେ। କୋଲକାତାରେ ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ୍‌ ଷ୍ଟୁଡେଣ୍ଟ୍‌୍‌ସ ଅର୍ଗାନାଇଜେସନ୍‌ (ଏଆଇଡିଏସ୍‌ଓ) ଦ୍ୱାରା କଠୁଆ ଏବଂ ଉନ୍ନାଓ ଦୁଷ୍କର୍ମ ମାମଲାକୁ ନେଇ ଆନ୍ଦୋଳନ କରାଯାଇଥିଲା। କୋଲକାତା ରାଜ ଭବନ ସମ୍ମୁଖରେ କରାଯାଇଥିବା ଏହି ବିକ୍ଷୋଭ ସମୟରେ ପୁଲିସ କିଛି ଆନ୍ଦୋଳନକାରୀଙ୍କୁ ଅଟକ ରଖିଥିଲା।

ଫାଷ୍ଟଟ୍ରାକ୍‌ କୋର୍ଟରେ ୯୦ ଦିନ ଭିତରେ ଶୁଣାଣି
ନୂଆଦିଲ୍ଲୀ: ଫାଷ୍ଟ ଟ୍ରାକ୍‌ କୋର୍ଟରେ କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ହେବ। ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଏନେଇ ଜମ୍ମୁ କଶ୍ମୀର ହାଇକୋର୍ଟଙ୍କୁ ପତ୍ର ଲେଖିଛନ୍ତି। ମୁଫ୍‌ତି ହାଇକୋର୍ଟଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ଯେ କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର ପାଇଁ ଏକ ଫାଷ୍ଟଟ୍ରାକ୍‌ କୋର୍ଟ ଗଠନ କରାଯାଉ। ୯୦ ଦିନ ମଧ୍ୟରେ ଏହି ମାମଲାର ବିଚାର ସରିବ ବୋଲି ଜଣାପଡ଼ିଛି । ମାମଲାରେ ଅଭିଯୁକ୍ତ ପୁଲିସ ଅଧିକାରୀମାନଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଚାକିରିରୁ ବିଦା କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦାବିକଲେ ପୀଡ଼ିତାଙ୍କ ମା’
ନୂଆଦିଲ୍ଲୀ: କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ପୀଡ଼ିତାଙ୍କ ମା’ ତାଙ୍କ ଝିଅର ହତ୍ୟାକାରୀମାନଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଛନ୍ତି। ପୀଡ଼ିତାଙ୍କ ମା’ ଆଜି କହିଛନ୍ତି ଝିଅ ଦିନେ ଡାକ୍ତର ହେବ ବୋଲି ମୋର ଇଚ୍ଛା ଥିଲା। କିନ୍ତୁ ତା’ ସହିତ ଏଭଳି ଜଘନ୍ୟ କାଣ୍ଡ ଘଟାଇ ତା’ର ହତ୍ୟାପାଇଁ ଯେଉଁମାନେ ଦାୀୟ ସେମାନଙ୍କୁ ମୃତ୍ୟୁଦଣ୍ଡ ମିଳୁ, ଏହା ହିଁ ମୋର ଏକମାତ୍ର ଇଚ୍ଛା ବୋଲି ସେ କହିଛନ୍ତି।

ଦୋଷୀ ଦଣ୍ଡ ପାଇବା ଉଚିତ: ଜାତିସଂଘ ମହାସଚିବ
ନୂଆଦିଲ୍ଲୀ: ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗ୍ୟୁଟେର୍‌୍‌ସ ଉଦ୍‌୍‌ବେଗ ପ୍ରକାଶ କରିଛନ୍ତି। ଅତି ଏହି ମାମଲାରେ ଦୋଷୀ ଖୁବ୍‌ ଶୀଘ୍ର ଦଣ୍ଡ ପାଇବା ଉଚିତ୍‌ ବୋଲି ସେ ର୍ କହିଛନ୍ତି। ପ୍ରଶାସନିକ ଅଧିକାରୀମାନେ ଉକ୍ତ ଦୁଷ୍କର୍ମ କାଣ୍ଡରେ ସାମିଲ୍‌ ଥିବା ଅପରାଧୀମାନଙ୍କୁ ଖୁବ୍‌ ଶୀଘ୍ର କାଠଗଡ଼ାକୁ ଆଣିବା ଉଚିତ୍‌ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର