‘ଅନିଲ ଅମ୍ବାନୀଙ୍କୁ ଚୌକିଦାର ୩୦ ହଜାର କୋଟି ଦେଇଛନ୍ତି’

ନୂଆଦିଲ୍ଲୀ: ନିଜ ନିର୍ବାଚନ ମଣ୍ଡଳୀ ଆମେଥିକୁ ଦୁଇ ଦିନିଆ ଗସ୍ତରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆଜି ଯାଇଛନ୍ତି। ସେଠାରେ ପହଞ୍ଚିବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଫେଲ ପ୍ରସଙ୍ଗରେ ଆକ୍ରମଣ କରିଛନ୍ତି। ମୋଦୀଜୀ କହୁଛନ୍ତି, ମୋତେ ପ୍ରଧାନମନ୍ତ୍ରୀ କରନାହିଁ ଚୌକିଦାର କର। କିନ୍ତୁ ଚୌକିଦାର ଭାରତୀୟ ବାୟୁସେନାର ୩୦ ହଜାର କୋଟି ଟଙ୍କା ନେଇ ଅନିଲ ଅମ୍ବାନୀଙ୍କୁ ଦେଇ ଦେଇଛନ୍ତି ବୋଲି ରାହୁଲ କହିଛନ୍ତି। ଏହି ଅବସରରେ ସେ ତାଙ୍କ ଭଉଣୀ ୪୭ ବର୍ଷୀୟ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ମଧ୍ୟ ଏଆଇସିସିର ସାଧାରଣ ସମ୍ପାଦକ ପଦରେ ନିଯୁକ୍ତି ଦେଇଥିବା ନେଇ ସୂଚନା ଦେଇଛନ୍ତି। ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସାଧାରଣ ସମ୍ପାଦକ (ଉତ୍ତର ପ୍ରଦେଶ ପଶ୍ଚିମାଞ୍ଚଳ) ପଦରେ ନିଯୁକ୍ତି ଦିଆଯାଇଛି। ରାହୁଲ କହିଛନ୍ତି ମୁଁ ସେମାନଙ୍କୁ ଦୁଇ ମାସ ପାଇଁ ଏଠାକୁ ପଠାଇନାହିଁ। ଉଭୟ ଜ୍ୟୋତିରାଦିତ୍ୟ ଏବଂ ପ୍ରୟଙ୍କାଙ୍କ ସହଯୋଗରେ ଆମେ ଉତ୍ତର ପ୍ରଦେଶର ରାଜନୀତିରେ ପରିବର୍ତ୍ତନ ଆଣିବାକୁ ଚାହୁଛୁ ବୋଲି ସେ କହିଛନ୍ତି। ତେବେ ପ୍ରିୟଙ୍କା ନିର୍ବାଚନ ଲଢ଼ିବେ କି ନାହିଁ ବୋଲି ପ୍ରଶ୍ନ ହେବାରୁ ରାହୁଲ କହିଲେ ଏହା ପ୍ରୟଙ୍କାଙ୍କ ଉପରେ ନିର୍ଭର କରୁଛି।

ସମ୍ବନ୍ଧିତ ଖବର