ନଗର ନିଗମ ବୈଠକ ମଝିରେ କଳା ଜରିରେ ଆଣିଥିବା ଅଳିଆ ଫିଙ୍ଗିଲେ ବିଜେପି କର୍ପୋରେଟ୍‌ର

ରାୟପୁର: ଛତିଶଗଡ଼ର ରାୟପୁରରେ ଆଜି ନଗର ନିଗମ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ  ଜୋରଦାର ହଙ୍ଗମା ହୋଇଥିବା ଦେଖିବାକୁ ମିଳିଛି। ନଗର ନିଗମ ବୈଠକରେ ବିଜେପି କର୍ପୋରେଟ୍‌ର ମନୋଜ ପ୍ରଜାପତି ସଭାପତିଙ୍କ ସାମ୍ନାରେ ଅଳିଆ ଫିଙ୍ଗି ଥିଲେ। କୁହାଯାଉଛି କି, ସହରରେ ସଫେଇ ନହେବା କାରଣରୁ ବିଜେପି କର୍ପୋରେଟର ଅସନ୍ତୁଷ୍ଟ ଥିଲେ। ସେ ଅଭିଯୋଗ ଆଣିଥିଲେ କି, ନିଗମ ନିଜ ଅଞ୍ଚଳରେ ସଠିକ୍‌ ଭାବେ କାମ କରୁ ନାହିଁ।

ଏହାକୁ ନେଇ ମନୋଜ ପ୍ରଜାପତି  ଏକ କଳା ଜରିରେ ଅଳିଆ ନେଇ ବୈଠକ ଭିତରକୁ ଆସିଥିଲେ। ଏହାକୁ ନେଇ ସଭା ଭିତରେ ଅନେକ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ସାଥୀରେ ଆଣିଥିବା ଅଳିଆକୁ ସେହି ସଭା ଭିତରେ ହିଁ ଢ଼ାଳି ପକାଇଥିଲେ। ଏଭଳି ପରିସ୍ଥିତି ପରେ କିଛି ସମୟ ପାଇଁ ବୈଠକକୁ ସ୍ଥଗିତ ରଖା ଯାଇଥିଲା। ଏହାପରେ ସଭା ଯେତେବେଳେ ପୁଣି ଆରମ୍ଭ ହୋଇଥିଲା ସେହି ପ୍ରସଙ୍ଗକୁ ନେଇ ହଙ୍ଗାମା ଆରମ୍ଭ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର