ଜୟପୁରରେ ନେପାଳୀ ଯୁବତୀଙ୍କ ସହ ଦୁଷ୍କର୍ମ ଉଦ୍ୟମ, ଇଜ୍ଜତ ବଞ୍ଚାଇବା ପାଇଁ ଏଭଳି କାମ କରିବା ପାଇଁ ବାଧ୍ୟ ହେଲେ ଯୁବତୀ
ଜୟପୁର : ଜୟପୁରରେ ଜଣେ ନେପାଳୀ ଯୁବତୀଙ୍କ ସହ ଦୁଷ୍କର୍ମର ଉଦ୍ୟମ କରାଯାଇଥିବା ଖବର ମିଳିଛି। ଦୁଷ୍କର୍ମର ଶିକାର ହେବା ଡ଼ରରେ ପୀଡ଼ିତା ଅନ୍ୟ କିଛି ବାଟ ନ ପାଇଁ ୩ ମହଲା ତଳକୁ ଡ଼େଇଁ ପଡ଼ିଥିଲେ। ଏହି ସମୟରେ ସେ ନିର୍ବସ୍ତ୍ର ଥିଲେ ବୋଲି ତାଙ୍କୁ ଡ଼ାକ୍ତରଖାନା ନେଇଥିବା ଲୋକେ କହିଛନ୍ତି । ତେବେ ମହିଳା ଯେଉଁ ୩ ମହଲା କୋଠା ଉପରୁ ଡ଼େଇଁଥିଲେ ସେଠାରେ ଦେହ ବ୍ୟପାର ଚାଲେ ବୋଲି ସ୍ଥାନୀୟ ଲୋକମାନେ ପୁଲିସକୁ ଜଣାଇଛନ୍ତି । ତେବେ ଏ ନେଇ ପୁଲିସକୁ କୌଣସି ପ୍ରମାଣ ମିଳି ନଥିବାରୁ ଘଟଣା ଉପରେ କୌଣସି ମତ ରଖିବାକୁ ମନା କରିଛି ପୁଲିସ ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟ ପକ୍ଷରେ ପୀଡ଼ିତାଙ୍କ ସହ ରହୁଥିବା ଯୁବତୀଙ୍କ କହିବା ଅନୁଯାୟୀ, ହଠାତ୍ କିଛି ଯୁବକ ଆମେ ରହୁଥିବା ଘରକୁ ପଶି ଆସିବା ସହ ମୋ ବାନ୍ଧବୀକୁ ମାଡ଼ ମାରିଥିଲେ । ପରେ ସେମାନେ ତା’ର ପୋଷାକୁ ଫାଡ଼ି ତା’ ସହ ଦୁଷ୍କର୍ମ ଉଦ୍ୟମ କରିବାରୁ ସେ ଡ଼ରରେ ତଳକୁ ଡେଇଁ ପଡ଼ିଥିଲା । ଏହି ଘଟଣା ପରେ ସେ ବିଲ୍ଡ଼ିଂରେ ରହୁଥିବା ଅନେକ ଯୁବକ ଫେରାର ଅଛନ୍ତି । ଏହା ସହ ପୁଲିସ ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ ସଂପର୍କ କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି ।