କୁକୁର ଉପରେ ପିଚୁଗୋଳା ଚିପ୍‌ସ୍‌ ପକାଇ ରାସ୍ତା ତିଆରି କରିବାରୁ ଆଗ୍ରାରେ ବିବାଦ

ନୂଆଦିଲ୍ଲୀ: ରାସ୍ତା ତିଆରି କରିବା ସମୟରେ ଶ୍ରମିକମାନେ ଗୋଟାଏ କୁକୁରକୁ ପୋତି ପକାଇ ତା’ ଉପରେ ପିଚୁଗୋଳା ଚିପ୍‌ସ୍‌ ମଡ଼ାଇ ଥିବା ଘଟଣା ଏବେ ଆଲୋଚନାର ବିଷୟ ପାଲଟିଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ରାସ୍ତା ତିଆରି ସମୟରେ କୁକୁରଟି ସେ ସ୍ଥାନରେ ମରି ପଡ଼ିଥିଲା। କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କୁକୁରଟି ବଞ୍ଚିଥିଲା। ତା’ ଉପରେ ଉତପ୍ତ ପିଚୁ ଢଳା ହେବାରୁ ସେ ଜୀବନ ବିକଳେ ହାଉଳି ଖାଉଥିଲା। ଶ୍ରମିକମାନେ ତାକୁ ହେୟଜ୍ଞାନ କରି ରାସ୍ତା ତିଆରିରେ ଲାଗିଥିଲେ।

ବୁଧବାର ସକାଳେ ଆଗ୍ରା ଅନ୍ତର୍ଗତ ଫତେବାଦ ରାସ୍ତାରେ ସ୍ଥାନୀୟ ବାସିନ୍ଦା ଓ ପଥଚାରୀମାନେ ଦରପୋତା କୁକୁର ମଢ଼ ଦେଖିବା ପରେ ଘଟଣାଟି ଜଣାପଡ଼ିଥିଲା।

କୁକୁରଟି ମରିଯାଇଥିବା କଥା ଏକ ଗଣମାଧ୍ୟ ରିପୋର୍ଟ କରିଛି। ଆଗ୍ରା ଠାରେ କୁକୁର ମଢ଼ ଉପରେ ରାସ୍ତା ନିର୍ମାଣକାରୀ କମ୍ପାନି ଆରିପି ଇନ୍‌ଫ୍ରାଭେଞ୍ଚର୍‌ ରାସ୍ତାର ସେ ଭାଗ ତିଆରି କରିଥିଲା। ପୁଲିସରେ ଅଭିଯୋଗ ଦାଏର କରାଯିବା ପରେ କୁକୁର ମଢ଼ ସେଠାରୁ ହଟାଇ ଦିଆଯାଇଛି।

ପବ୍ଲିକ୍‌ ଓ୍ଵାର୍କସ୍‌ ଡିପାର୍ଟମେଣ୍ଟ୍‌ କମ୍ପାନିକୁ ଏକ ନୋଟି ପଠାଇଛି।

ବୁଧବାର ଦିନ ଗୋଟାଏ ଜେସିବି ବ୍ୟବସ୍ଥା କରାଯାଇ ରାସ୍ତାକୁ ଖୋଳା ଯାଇ କୁକୁର ମଢ଼ଟିକୁ କଢ଼ା ଯାଇଥିଲା।

ଅନ୍ୟ କେତେକ ସ୍ଥାନୀୟ ଲୋକେ କହୁଛନ୍ତି ରାତିରେ ସେ ଅଞ୍ଚଳରେ ଭଲ ଆଲୋକ ବ୍ୟବସ୍ଥା ନ ଥିବାରୁ ଶ୍ରମିକମାନେ କୁକୁରଟିକୁ ଦେଖି ପାରି ନ ଥିଲେ।

ସମ୍ବନ୍ଧିତ ଖବର