ତାମିଲନାଡୁ ମନ୍ଦିରରେ ଭିକ୍ଷା ମାଗିବାକୁ ବାଧ୍ୟ ହୋଇଥିବା ରୁଷୀୟ ନାଗରିକଙ୍କୁ ଉଦ୍ଧାର କଲେ ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ଏଟିଏମ୍‌ ଡେବିଟ୍‌ କାର୍ଡ ପିନ୍‌ ବ୍ଲକ୍‌ ହୋଇ ଯିବାରୁ ତାମିଲନାଡୁର ଏକ ମନ୍ଦିରରେ ଭିକ ମାଗୁଥିବା ଜଣେ ରୁଷୀୟ ନାଗରିକଙ୍କୁ ସହାୟତା କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ।

ଇଭାଞ୍ଜେଲିନ୍‌- ଆପଣଙ୍କ ଦେଶ ରୁଷିଆ ଆମର ପୁରାତନ ବନ୍ଧୁ। ଚେନ୍ନାଇରେ ଥିବା ମୋର କର୍ମଚାରୀମାନେ ଆପଣଙ୍କୁ ସମସ୍ତ ସାହାଯ୍ୟ କରିବେ ବୋଲି ସୁଷମା ମଙ୍ଗଳବାର ରାତିରେ ଟୁଇଟ୍‌ କରିଛନ୍ତି। କାଞ୍ଚିପୁରମ୍‌ର ଏକ ମନ୍ଦିରରେ ଏ. ଇଭାଞ୍ଜେଲିନ୍‌ ଭିକ ମାଗୁଛନ୍ତି ବୋଲି ଗଣମାଧ୍ୟମ ଖବର ଦେବା ପରେ ସୁଷମା ଏ କଥା ଟୁଇଟ୍‌ କରିଥିଲେ।

‘ଦି ହିନ୍ଦୁ’ରେ ପ୍ରକାଶିତ ଖବର ଅନୁସାରେ ଇଭାଞ୍ଜେଲିନ୍‌ ସେପ୍ଟେମ୍ବର ୨୪ ତାରିଖ ଦିନ ଭାରତରେ ପହଞ୍ଚିଥିଲେ। ମଙ୍ଗଳବାର ଦିନ ସେ ଚେନ୍ନାଇରୁ କାଞ୍ଚିପୁରମ୍‌ ପହଞ୍ଚି ଅଳ୍ପ କେତୋଟି ମନ୍ଦିରକୁ ବୁଲି ଯାଇଥିଲେ।

ଟଙ୍କା ଉଠାଇବାକୁ ସେ ମନ୍ଦିରମାଳିନୀ ନଗରୀରେ ଥିବା ଏକ ଏଟିଏମ୍‌ କିଓସ୍କକୁ ଯାଇ ଦେଖିଲେ ଯେ ତାଙ୍କ ଡେବିଡ୍‌ କାର୍ଡ ପିନ୍‌ ଲକ୍‌ ହୋଇ ଯାଇଛି।

ଅତିଶୟ ହତାଶ ହୋଇ ସେ କୁମାରକୋତ୍ତମ ମନ୍ଦିର ଦ୍ୱାରରେ ବସି ଆସୁଥିବା ଲୋକଙ୍କୁ ଭିକ ମାଗିଥିଲେ।

ରିପୋର୍ଟ ଅନୁସାରେ ପୁଲିସ ମନ୍ଦିରରେ ପହଞ୍ଚି ତାଙ୍କର ଭ୍ରମଣ ସଂକ୍ରାନ୍ତ କାଗଜପତ୍ର ଯାଞ୍ଚ କରିବା ପରେ ଅନ୍ୟୂତ ଚେନ୍ନାଇରେ ପହଞ୍ଚିବାକୁ ଆବଶ୍ୟକ ଟଙ୍କା ଦେଇଥିଲେ।

ସମ୍ବନ୍ଧିତ ଖବର