ସଲମାନ୍‌ଙ୍କୁ ଜାମିନ୍‌ ମିଳିବା ଖୁସିରେ ମିଠା ବାଣ୍ଟିଲେ ତାଙ୍କର ଯୋଡ଼ାମୁଣ୍ଡ ଥିବା ରାଖି ବନ୍ଧା ଭଉଣୀ ସବା ଓ ଫର୍‌ହା

ପାଟନା : କୃଷ୍ଣସାର ମୃଗ ଶିକାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଗୁରୁବାର ଠାରୁ ଜେଲରେ ଥିବା ଚର୍ଚ୍ଚିତ ତଥା ଲୋକପ୍ରିୟ ଅଭିନେତା ସଲମାନ୍‌ ଖାନ୍‌ଙ୍କୁ ଅଦାଲତ ଆଜି ଅପରାହ୍ନରେ ଜାମିନ୍‌ ମଞ୍ଜୁର ପ୍ରଦାନ କଲାପରେ ଦେଶବ୍ୟାପି ସଲମାନ୍‌ଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ତେବେ, ସଲମାନ୍‌ ଖାନ୍‌ଙ୍କୁ ଜାମିନ୍‌ ମିଳିବା ଖବର ଶୁଣିବା ପରେ ସବୁଠାରୁ ଅଧିକ ଖୁସି ହୋଇଛନ୍ତି, ବିହାରରେ ରହୁଥିବା ତାଙ୍କର ରାଖିବନ୍ଧା ଯୋଡ଼ାମୁଣ୍ଡ ଭଉଣୀ ସବା ଓ ଫର୍‌ହା। ୧୯୯୮ ମସିହାରେ ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ସଲମାନ୍‌ ଗୁରୁବାର ଯୋଧପୁର ଜେଲକୁ ଯିବାପରେ ଅତ୍ୟନ୍ତ ଦୁଃଖରେ ଭାଙ୍ଗିପଡ଼ିଥିଲେ ସଲମାନ୍‌ଙ୍କୁ ପ୍ରତ୍ୟେକ ବର୍ଷ ରାଖି ବାନ୍ଧୁଥିବା ତାଙ୍କର ଏହି ଦୁଇ ଭଉଣୀ ସବା ଓ ଫର୍‌ହା।


ତେବେ, ଆଜି ଅପରାହ୍ନରେ ସଲମାନ୍‌ଙ୍କୁ ଜାମିନ୍‌ ମିଳି ଯାଇଥିବା ଖବର ପାଇବା ପରେ ସବା ଓ ଫର୍‌ହା ଖୁସିରେ ଅଧୀର ହୋଇପଡ଼ିବା ସହ ଖୁସି ମନାଇବାକୁ ସେମାନଙ୍କ ପାଖ ପଡ଼ୋଶୀଙ୍କ ମଧ୍ୟରେ ମିଠା ବାଣ୍ଟିଥିବା ଜାଣିବାକୁ ମିଲିଛି। ତେବେ, ଉଲ୍ଲେଖଯୋଗ୍ୟ, ସଲମାନ୍‌ଙ୍କ ଏହି ରାଖିବନ୍ଧା ଭଉଣୀ ସବା ଓ ଫର୍‌ହାଙ୍କ ମୁଣ୍ଡ ଜନ୍ମ ସମୟରୁ ଓଡ଼ିଶାର ବହୁର୍ଚ୍ଚିତ ଜଗା ବଳିଆଙ୍କ ସଦୃଶ ଯୋଡ଼ି ହୋଇରହିଛି। ଆଜି ସଲମାନ୍‌ଙ୍କ ଯୋଡ଼ାମୁଣ୍ଡ ଭଉଣୀ ସବା ଓ ଫର୍‌ହା ଖବରକୁ ଆସିବା ପରେ ସେମାନଙ୍କୁ ନେଇ ଦେଶବ୍ୟାପି ଚର୍ଚ୍ଚା ଆରମ୍ଭ ହୋଇଛି।


ସେପିପରି, ସଲମାନ୍‌ଙ୍କ ଜାମିନ୍‌ ଖବର ବଲିଉଡ୍‌ରେ ପ୍ରଚାରିତ ହୋଇଯିବା ପରେ ତାଙ୍କର ହଜାର ଜହାର ପ୍ରଶଂସକ ତାଙ୍କର ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନ ସମ୍ମୁଖରେ ଭିଡ଼ ଜମାଇଥିବା ଦେଖିବା ପାଇଁ ମିଳିଛି। ସଲ୍‌ମାନ୍‌ ଆଜି ବିଳମ୍ବିତ ସନ୍ଧ୍ୟାରେ ମୁମ୍ବାଇରେ ପହଞ୍ଚୁଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର