ସାଉଦି ତେଲ ସଂକଟ ଭାରତୀୟ ଅର୍ଥନୀତିକୁ ଗୁରୁତରଭାବେ ପ୍ରଭାବିତ କରିବା ଆଶଙ୍କା, ସେନସେକ୍ସ ୬୪୨ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଭାରତୀୟ ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ସୁଧାରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଘୋଷଣା କରିଛନ୍ତି । ଶିଳ୍ପ ଉତ୍ପାଦନରେ କିଛିଟା ଅଭିବୃଦ୍ଧି ମଧ୍ୟ ଦେଖାଦେଇଥିଲା । କିନ୍ତୁ ସାଉଦି ଆରବର ତୈଳ କାରଖାନା ଉପରେ ଆତଙ୍କବାଦୀଙ୍କ ଦ୍ୱାରା ଡ୍ରୋନ ଆକ୍ରମଣ ପରେ ସବୁ ହିସାବ ଗୋଳମାଳ ହୋଇଯାଇଛି ।

ବିଶ୍ୱ ବଜାରରେ ତେଲଦର ହଠାତ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏହା ଦ୍ୱାରା ଆଗାମୀ ଦିନରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାର ଆଶଙ୍କା ରହିଛି । ତେଲ ଲିଟର ପିଛା ୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏପରି ହେଲେ ଦେଶର ଅର୍ଥନୈତିକ ସ୍ଥିତି ବିଗିଡ଼ିଯିବ । ଗୋଟିଏ ପଟେ ଏହା ସରକାରଙ୍କ ଚଳନ୍ତି ଖାତା ନିଅଣ୍ଟକୁ ବଢାଇଦେବ ଓ ଅନ୍ୟପଟେ ଉଚ୍ଚ ତେଲଦର ଯୋଗୁଁ ଗାଡି ବିକ୍ରି ପ୍ରଭାବିତ ହେବ । ଏହା ମାନ୍ଦାବସ୍ଥାକୁ ଆହୁରି ଗଭୀର କରିବ । ଏହାର ପ୍ରତିଫଳନ ଆଜି ଷ୍ଟକ ବଜାର ଉପରେ ଦେଖିବାକୁ ମିଳିଛି । ଆଜି ବିଏସଇ ସେନସେକ୍ସ ୬୪୨ ପଏଣ୍ଟ ହ୍ରାସ ପାଇ ୩୬,୪୮୧ ପଏଣ୍ଟରେ ବନ୍ଦ ହୋଇଛି । ନିଫଟୀ ମଧ୍ୟ ୧୮୫ ପଏଣ୍ଟ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର