ଏସବିଆଇ ପ୍ରକାଶ କଲା ନିଯୁକ୍ତି ବିଜ୍ଞାପନ: ୭୬ ହଜାର ଟଙ୍କାରୁ ଅଧିକ ମିଳିବ ଦରମା

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ନୂତନ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି | ସ୍ପେଶାଲ କ୍ୟାଡର ଅଫିସର ଓ ଡେପୁଟି ଜେନେରାଲ ମ୍ୟାନେଜରର ଖାଲି ଥିବା ପଦ ପାଇଁ ଏହି ନିଯୁକ୍ତି କରାଯିବ | ଏହି ଦୁଇଟି ପଦବୀ ପାଇଁ ଅଗଷ୍ଟ ୧୨ ତାରିଖ ଆବେଦନର ଶେଷ ତାରିଖ ରଖାଯାଇଛି | ଏସବିଆଇ.କୋ.ଇନକୁ ଯାଇ ଆପଣ ଏହି ଦୁଇ ପଦବୀ ପାଇଁ ଆବେଦନ କରିପାରିବେ | ଆବେଦନ କରିଥିବା ଆଶାୟୀ ପ୍ରାର୍ଥୀଙ୍କୁ ସାକ୍ଷାତକାର ମାଧ୍ୟମରେ ସର୍ଟଲିଷ୍ଟ କରାଯିବ | ଏହାପରେ ଚୟନ ପ୍ରକ୍ରିୟା କରାଯିବ |

ଏହି ଦୁଇଟି ପଦବୀ ସମ୍ବଦ୍ଧିତ ଅନ୍ୟ କିଛି ପଦବୀ ମଧ୍ୟ ପୂରଣ କରାଯିବ |
ଡେପୁଟି ଜେନେରାଲ ମ୍ୟାନେଜର-୧ଟି ପଦବୀ
ଏସଏମଇ କ୍ରେଡିଟ ଆନାଲିଷ୍ଟ(ସେକ୍ଟର ସ୍ପେଶାଲିଷ୍ଟ )-୧୧ଟି ପଦବୀ
ଏସଏମଇ କ୍ରେଡିଟ ଆନାଲିଷ୍ଟ(ଷ୍ଟ୍ରକ୍ଚରିଂ)-୪ଟି ପଦବୀ
ଏସଏମଇ କ୍ରେଡିଟ ଆନାଲିଷ୍ଟ-୧୦ଟି ପଦବୀ
କ୍ରେଡିଟ ଆନାଲିଷ୍ଟ-୫୦ଟି ପଦବୀ
ଡେପୁଟି ଜେନେରାଲ ମ୍ୟାନେଜର(ଆସେଟ ଲିଆବିଲିଟି ମ୍ୟାନେଜମେଣ୍ଟ)- ୧ଟି ପଦବୀ

photo-youtube

ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ଏମବିଏ ସହ ବିଟେକ କରିଥିବା ଆବଶ୍ୟକ | ଡେପୁଟି ଜେନେରାଲ ମ୍ୟାନେଜର ପଦବୀ ପାଇଁ ଆଶାୟୀଙ୍କ ବୟସ ସର୍ବାଧିକ ୪୫ ବର୍ଷ ହୋଇଥିବାବେଳେ ଅନ୍ୟ ପଦବୀ ପାଇଁ ୩୫ ବର୍ଷରୁ ଅଧିକ ନ ହୋଇଥିବା ଆବଶ୍ୟକ | ଡେପୁଟି ଜେନେରାଲ ମ୍ୟାନେଜର ପାଇଁ ୬୮୬୮୦ରୁ ୭୬୫୨୦ ଦରମା ସ୍ଥିର କରାଯାଇଥିବାବେଳେ ଅନ୍ୟ ପଦବୀ ପାଇଁ ୪୨୦୨୦ ରୁ ୫୧୪୯୦ ଟଙ୍କା ସ୍ଥିର କରାଯାଇଛି |

ସମ୍ବନ୍ଧିତ ଖବର