ନୂଆବର୍ଷ ପାଇଁ ବୈଜ୍ଞାନିକଙ୍କ ସତର୍କବାଣୀ: ଆସୁଛି ଭୟଙ୍କର ସୌରଝଡ଼

ଲଣ୍ଡନ: ନୂଆବର୍ଷ ୨୦୧୮କୁ ସ୍ୱାଗତ ଜଣାଇବାକୁ ସାରା ବିଶ୍ୱ ଉତ୍ସବମୁଖର ହୋଇଥିବାବେଳେ ଏକ ସତର୍କବାଣୀ ଶୁଣାଇଛନ୍ତି ବୈଜ୍ଞାନିକମାନେ । ସୂର୍ଯ୍ୟପୃଷ୍ଠରେ ହୋଇଥିବା ଏକ ବିଶାଳ ବିସ୍ଫୋରଣ ନୂଆବର୍ଷ ଦିନ ଅର୍ଥାତ ଜାନୁୟାରୀ ୧ରେ ପୃଥିବୀର ଭୂ-ଚୁମ୍ବକୀୟ କ୍ଷେତ୍ରକୁ ପ୍ରଭାବିତ କରିବ । ଏହାଫଳରେ ଟେଲିକମ ସେବା, ସାଟେଲାଇଟ ଓ ଇଣ୍ଟରନେଟ୍‌ ପ୍ରଭୃତି ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏପରିକି ଏହାର ପ୍ରଭାବରେ ବିଦ୍ୟୁତଶକ୍ତି କେନ୍ଦ୍ର ଓ ପାଓ୍ଵାର ଗ୍ରୀଡ ଗୁଡିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ।

SundayExpress

ଯଦିଓ ସୂର୍ଯ୍ୟପୃଷ୍ଠରେ ଏପରି ସୌର ବିସ୍ଫୋରଣ ବେଶ ସ୍ୱାଭାବିକ କଥା, କିନ୍ତୁ ଏସବୁ ବିସ୍ଫୋରଣ ସ୍ୱାଭାବିକଠାରୁ ବଡ଼ହେଲେ ତାହା ସାରା ପୃଥିବୀ ଓ ଜୀବଜଗତ ପାଇଁ ଭୟଙ୍କରଭାବେ କ୍ଷତିକାରକ ହୋଇଥାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି । ତେବେ ଏଥର ହୋଇଥିବା ସୌରଝଡ଼ଟି କେତେ ଭୟଙ୍କର ତାହାର କଳନା ଏପର୍ଯ୍ୟନ୍ତ ହୋଇପାରିନାହିଁ । କିନ୍ତୁ ଜାନୁୟାରୀ ୧ରେ ଏହା ପୃଥିବୀକୁ ପ୍ରଭାବିତ କରିବାର ୫୦ ପ୍ରତିଶତ ଆଶଙ୍କା ରହିଛି ବୋଲି ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀ ବ୍ରିଆନ ଗେନସଲର କହିଛନ୍ତି । ସବୁଠାରୁ ଭୟଙ୍କର ସୌରଝଡ଼ ୧୮୫୯ରେ ହୋଇଥିଲା । ଏହାକୁ କାରିଂଟନ ଇଭେଣ୍ଟ ବା ୧୮୫୯ ସୋଲାର ସୁପରଷ୍ଟର୍ମ କୁହାଯାଏ । ଏହାର ପ୍ରଭାବରେ ସେତେବେଳେ ସାରା ୟୁରୋପ ଓ ଆମେରିକାରେ ଟେଲିଗ୍ରାଫ ଲାଇନ କ୍ଷତିଗ୍ରସ୍ତ ହୋଇଥିଲା ।

ସମ୍ବନ୍ଧିତ ଖବର