ପ୍ରାର୍ଥିପତ୍ର ଦାଖଲ କଲେ ସିଦ୍ଦରାମୟା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ସିଦ୍ଦରାମୟା ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଦୁଇ ପ୍ରମୁଖ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସିଦ୍ଦରାମୟା ଏବଂ ବିଏସ ୟଦୁରପ୍ପାଙ୍କ ମଧ୍ୟରେ ତୀବ୍ର ମୁକାବିଲା ଚାଲିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ପୁଣିଥରେ ନିର୍ବାଚନ ଜିଣିବା ଆଶା ରଖି ଚାମୁଣ୍ଡେଶ୍ୱରୀ ମନ୍ଦିରରୁ ଆଶୀର୍ବାଦ ନେଇ ପ୍ରାଥୀପତ୍ର ଦାଖଲ କରିଛନ୍ତି। ସିଦ୍ଦରାମୟା ଚାମୁଣ୍ଡେଶ୍ୱରୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଥିବା ବେଳେ ନୂଆ କରି ରାଜନୀତିରେ ପ୍ରବେଶ କରିଥିବା ତାଙ୍କ ପୁଅ ଯତିନ୍ଦ୍ର ବରୁଣା ନିର୍ବାଚନ ମଣ୍ଡଳୀରୁ ପ୍ରାଥୀ ହୋଇଛନ୍ତି। ଏଠାରେ ବରୁଣଙ୍କ ବିରୋଧରେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ୟଦୁରପ୍ପାଙ୍କ ପୁଅ ନିର୍ବାଚନ ଲଢ଼ୁଛନ୍ତି। ଆସନ୍ତା ମେ’ ୧୨ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର