ନିୟନ୍ତ୍ରଣ ରେଖା ନିକଟରେ ସର୍ଭିସ୍‌ ରାଇଫଲ୍‌ରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ

ଜମ୍ମୁ: ଜମ୍ମୁ-କଶ୍ମୀରର ଖୋର ଅଞ୍ଚଳର ଅଖନୁର ସେକ୍ଟେର ସେନା କ୍ୟାମ୍ପ ନିକଟରେ ଥିବା ନିୟନ୍ତ୍ରଣା ରେଖା(ଏଲ୍‌ଓସି)ରେ ଜଣେ ଯବାନ ସର୍ଭିସ୍‌ ରାଇଫଲ୍‌ରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଏହି ଯାବନଙ୍କ ନାମ ରଣବୀର ସିଂହ ଓ ବୟସ ୨୮ବର୍ଷ ବୋଲି ଜଣାପଡ଼ିଛି। ଆତ୍ମହତ୍ୟାର କାରଣ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିଲା। ତେବେ ସେ ତାଙ୍କ ଡିୟୁଟିରେ ଥିବା ସମୟରେ ଆତ୍ମହତ୍ୟା କରିଥିବା ଜଣାପଡ଼ିିଛି।

ପୁଲିସକୁ ଯବାନଙ୍କ ଆତ୍ମହତ୍ୟା ସମ୍ପର୍କରେ ଖବର ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ମେଡିକାଲ ଓ ଆଇନତଃ ଯେଉଁ ନିୟମ ରହିଛି ତାହାକୁ ପୂରଣ କରିବାପରେ ମୃତଦେହକୁ ଉଦ୍ଧାର କରି ୟୁନିଟ୍‌କୁ ହସ୍ତାନ୍ତର କରିଥିଲା। ତେବେ ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରି ଦେଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର