କର୍ମୀଙ୍କ ଅଭିନବ ପ୍ରୟାସ : ଇଭିଏମ ଉପରେ ନଜର ରଖିବା ପାଇଁ ଷ୍ଟ୍ରଙ୍ଗରୁମ ଆଗରେ ତମ୍ବୁ ଓ କ୍ୟାମେରା ଲଗାଇ ବସିଲେ ସପା-ବିଏସପି କର୍ମୀ

ନୂଆଦିଲ୍ଲୀ : ଆସନ୍ତାକାଲି ସାରା ଦେଶରେ ଭୋଟଗଣତି ହେବାକୁ ଯାଉଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ଭୋଟଗଣତି କେନ୍ଦ୍ରରେ ଇଭିଏମ ଓ ଭିଭିପାଟ ମଧ୍ୟ ପହଞ୍ଚିଗଲାଣି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଭୋଟଗଣତିରେ ଗଡ଼ବଡ଼ି ସନ୍ଦେହ କରି ୟୁପିର ସପା-ବିଏସପିର କର୍ମୀମାନେ ଭୋଟଗଣତି କେନ୍ଦ୍ର ଆଗରେ ତମ୍ବୁ ବାନ୍ଧି ବସିଥିବା ଦେଖିବାକୁ ମିଳିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କେବଳ ତମ୍ବୁ ନୁହେଁ ବରଂ କ୍ୟାମେରା ସହ ଦୂରବିକ୍ଷଣ ଯନ୍ତ୍ରରେ ଭୋଟଗଣନା କେନ୍ଦ୍ର ଉପରେ ନଜର ରଖିଛନ୍ତି କର୍ମୀ । ସେପଟେ ଷ୍ଟ୍ରଙ୍ଗ ରୁମରେ ଇଭିଏମ ଓ ଭିଭିପାଟ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ନେଇ ନିର୍ବାଚନ ଅଧିକାରୀ କହିଛନ୍ତି ।

Hindustan Times

ଏହା ସହ ୨୪ଘଣ୍ଟିଆ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇଥିବା ମଧ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଇଭିଏମକୁ ନେଇ ଯେଉଁ ଅଭିଯୋଗ ଆସିଛି ତାହା ସତ୍ୟ ନୁହେଁ । ସାରା ଦେଶରେ ଅନେକ ସ୍ଥାନରେ ଇଭିଏମ ରହିବା ସହ ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଛି । ତେଣୁ ଏପରି ଅଭିଯୋଗରେ କୌଣସି ସତ୍ୟାସତ୍ୟ ନାହିଁ । ଖୋଲାଯାଇଥିବା ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମରେ ଅଭିଯୋଗ କରିପାରିବେ ।

ସମ୍ବନ୍ଧିତ ଖବର