ମଙ୍ଗଳ ଗ୍ରହରେ ପୁରୁଷଙ୍କ ବିନା ସନ୍ତାନ ଜନ୍ମ କରି ପାରିବେ ମହିଳା!

ନୂଆଦିଲ୍ଲୀ : ଏବେ ମଙ୍ଗଳ ଗ୍ରହରେ ମଧ୍ୟ ମହିଳାମାନେ ସନ୍ତାନ ଜନ୍ମ କରି ପାରିବେ । ମହିଳା ମହାକାଶଚାରୀମାନେ ସହଜରେ ସେଠାରେ ସ୍ପର୍ମ ଜରିଆରେ ମା’ ବନି ପାରିବେ ବୋଲି ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି । ମଙ୍ଗଳ ଗ୍ରହରେ ମାଧ୍ୟାକର୍ଷଣ ଶକ୍ତି କମ ଥିବାରୁ ଏହା ସମ୍ଭବ କି ନାହିଁ ଆଗରୁ ପ୍ରଶ୍ନ ଉଠୁଥିବା ବେଳେ ଏବେ ସବୁ ପ୍ରଶ୍ନର ଉତ୍ତର ମିଳି ଯାଇଛି । କମ ମାଧ୍ୟାକର୍ଷଣ ଶକ୍ତିରେ ମଧ୍ୟ ସ୍ପର୍ମ ସୁରକ୍ଷିତ ରହି ପାରିବ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି ।

aajtak.intoday.in

ଏହି ଗବେଷଣା ପାଇଁ ସ୍ପର୍ମକୁ ମଙ୍ଗଳ ଗ୍ରହ ପଠାଯିବା ସହ ସେଠାରେ ୮ସେକେଣ୍ଡ ପାଇଁ ସ୍ପର୍ମକୁ କମ ମାଧ୍ୟାକର୍ଷଣ ଶକ୍ତିର ଅନୁଭବ କରା ଯାଇଥିଲା । ଯାହା ପରେ କମ ମାଧ୍ୟାକର୍ଷଣ ଶକ୍ତିର ସଂସ୍ପର୍ଶରେ ଆସି ମଧ୍ୟ ସ୍ପର୍ମ ସଂପୂର୍ଣ୍ଣ ସୁରକ୍ଷିତ ରହିଥିବା ଦେଖା ଯାଇଥିଲା । ଏହି ଗବେଷଣା ପାଇଁ ୧୦ଜଣ ସୁସ୍ଥ ଯୁବକ ନିଜର ସ୍ପର୍ମ ଦାନ କରିଥିଲେ ବୋଲି ଜଣା ପଡ଼ିଛି । ଏହି ପରୀକ୍ଷା ସଫଳ ହେବା ପରେ ଏବେ ମହିଳା ମହାକାଶଚାରୀମାନେ ମଙ୍ଗଳ ଗ୍ରହ ଯାଇ ମଧ୍ୟ ମା’ ହୋଇ ପାରିବେ ବୋଲି ସ୍ପଷ୍ଟ ହୋଇ ଯାଇଛି ।

ସମ୍ବନ୍ଧିତ ଖବର