ଟିଭି ଚ୍ୟାନେଲ୍‌ଗୁଡ଼ିକୁ ନିର୍ଦ୍ଦେଶ : ‘ଦଳିତ’ ପରିବର୍ତ୍ତେ ‘ଏସ୍‌ସି’ ବ୍ୟବହାର କର

ନୂଆଦିଲ୍ଲୀ : ‘ଦଳିତ’ ଶବ୍ଦ ପରିବର୍ତ୍ତେ ‘ଅନୁସୂଚିତ ଜାତି(ଏସ୍‌ସି)’ ବ୍ୟବହାର କରିବାକୁ ଆଜି ଟିଭି ଚ୍ୟାନେଲ୍‌ଗୁଡ଼ିକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁୁ କୁହାଯାଇଛି। ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମନ୍ତ୍ରାଳୟ ଏଭଳି ନିର୍ଦ୍ଦେଶ ଦେଇଛି। ତେବେ ବର୍ତ୍ତମାନ ସୁଦ୍ଧା କେବଳ ଘରୋଇ ଟିଭି ଚ୍ୟାନେଲ୍‌ଗୁଡ଼ିକୁ ଏହି ନିର୍ଦ୍ଦେଶନାମା ହୋଇଥିବା ବେଳେ ଖବରକାଗଜ ଓ ପତ୍ରିକା ବାବଦରେ କିଛି ସ୍ପଷ୍ଟ କରାଯାଇନାହିଁ।

ସମ୍ବନ୍ଧିତ ଖବର