ଅବ୍‌ଦୁଲ୍‌ କଲାମ୍‌ ଦ୍ୱୀପରୁ କ୍ଷେପଣାସ୍ତ୍ର ଅଗ୍ନି-୫ର ସଫଳ ପରୀକ୍ଷଣ

ଚାନ୍ଦବାଲି: ରବିବାର ସକାଳ ୯ଟା ୪୯ ମିନିଟ୍‌ ସମୟରେ ଧାମରା ଠାରେ ଥିବା ଅବ୍‌ଦୁଲ୍‌ କଲାମ୍‌ ଦ୍ୱୀପରୁ କ୍ଷେପଣାସ୍ତ୍ର ଅଗ୍ନି-୫ ଉତ୍‌କ୍ଷେପଣ ପୂର୍ବକ ସଫଳ ପରୀକ୍ଷା କରାଯାଇଛି।

ତଟ ଠାରୁ ୩ କିଲୋମିଟର ସମୁଦ୍ର ଭିତରକୁ ଥିବା ଅବ୍‌ଦୁଲ୍‌ କଲାମ ଦ୍ୱୀପର (ପୂର୍ବରୁ ଏହକୁ ହ୍ଵିଲର୍‌ ଦ୍ୱୀପ କୁହାଯାଉଥିଲା।) ୪ ନମ୍ବର୍‌ ଲଞ୍ଚ୍‌ପ୍ୟାଡ୍‌ରୁ ଉତ୍‌କ୍ଷେପିତ ହୋଇଥିବା ଅଗ୍ନି-୫ ହେଉଛି ଭାରତର ପ୍ରତିରକ୍ଷା ଉନ୍ନୟନ ବିଭାଗର ସବୁଠାରୁ ଶକ୍ତିଶାଳୀ ବାଲାଷ୍ଟିକ କ୍ଷେପଣାସ୍ତ୍ର।

ପୂର୍ବରୁ ୫ଥର ଅଗ୍ନି-୫ର ପରୀକ୍ଷଣ ସଫଳ ହୋଇଛି। ଆଜି ହୋଇଥିବା ଷଷ୍ଠ ପରୀକ୍ଷଣ ମଧ୍ୟ ସଫଳ ହୋଇଛି ବୋଲି କ୍ଷେପଣାସ୍ତ୍ର ବୈଜ୍ଞାନିକମାନେ କହିଛନ୍ତି। ପରୀକ୍ଷଣ ସମୟରେ କୋଷ୍ଟ୍‍ଗାର୍ଡ ତରଫରୁ ସମୁଦ୍ର ମଧ୍ୟରେ କଡ଼ା ପହରା ଦିଆଯାଇଥିଲା।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅଗ୍ନି-୫ କ୍ଷେପଣାସ୍ତ୍ର ଷ୍ଟ୍ରାଟେଜିକ୍‌ କମାଣ୍ଡରେ ସୁପରିଚାଳିତ ହୋଇ ୫ହଜାର କିମିରୁ ୮ହଜାର କିମି ଦୂରତ୍ୱକୁ ଲକ୍ଷ୍ୟଭେଦ କରିପାରିବ। ଏହି କ୍ଷେପଣାସ୍ତ୍ରର ପରୀକ୍ଷା ପରେ ଭାରତ ତା’ର ଅନ୍ୟତମ ପାରମ୍ପରିକ ଶତ୍ରୁ ଚୀନ୍‌ ପ୍ରତି ବିପଦ ସୃଷ୍ଟି କରିବାର ସାହସ ଜୁଟାଇଛି। ଅନ୍ତର୍ମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର ଡଙ୍ଗପେଙ୍ଗ-୫(କ)ର ଜବାବ ଦେବାକୁ ଭାରତ ଅଗ୍ନି-୫ କ୍ଷେପଣାସ୍ତ୍ର ସକ୍ଷମ।

ସମ୍ବନ୍ଧିତ ଖବର