ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: ଆଗୁଆ ଜାମିନ ଆବେଦନ କଲେ ଶଶୀ ଥରୁର

ନୂଆଦିଲ୍ଲୀ: ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ଘଟଣାରେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ସାଂସଦ ଶଶୀ ଥରୁର ଦିଲ୍ଲୀର ପାତିଆଲା ହାଉସ କୋର୍ଟରେ ଆଗୁଆ ଜାମିନ ପାଇଁ ଆଜି ଆବେଦନ କରିଛନ୍ତି।ଏହି ଆଗୁଆ ଜାମିନ ଆବେଦନର ଶୁଣାଣିି ଆସନ୍ତା କାଲି ସକାଳ ୧୦ଟା ବେଳେ ହେବାକୁ ସମୟ ଧାର୍ଯ୍ୟ କରାଯାଇଛି।

ସାଂସଦ ଶଶୀ ଥରୁରଙ୍କ ଓକିଲ କହିିଛନ୍ତି ଯେ ୪ ବର୍ଷ ତଳେ ଶ୍ରୀ ଥରୁରଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କର ମୃତଦେହ ଦିଲ୍ଲୀର ଲୀଲା ପାଲେସ ହୋଟେଲର ରୁମ୍‌ ନମ୍ବର ୩୪୫ରୁ ଠାବ କରାଯାଇଥିଲା। ଅତ୍ୟଧିକ ନିଶା ଔଷଧ ସେବନ କରିବା ଦ୍ୱାରା ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ଏହି ଘଟଣାରେ ଗତ ଜୁନ୍‌ ୫ ତାରିଖରେ ଦିଲ୍ଲୀ କୋର୍ଟ ସାଂସଦ ଶ୍ରୀ ଥରୁର ମୋକଦ୍ଦମାର ସାମ୍‌ନା କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ପୁଲିସ ତଦନ୍ତ ଓ ଚାର୍ଜସିଟ୍‌ ଦାଖଲ କରିଛି। ଏଥିରେ ଅତିରିକ୍ତ ଚିଫ୍‌ ମେଟ୍ରୋ ପଲିଟାନ ମାଜିଷ୍ଟ୍ରେଟ୍‌ ସମର ବିଶାଳ ସୁନନ୍ଦା ପୁଷ୍କରଙ୍କୁ ଆତ୍ମହତା ପାଇଁ ବାଧ୍ୟ କରିବା ଓ ତାଙ୍କ ପ୍ରତି କ୍ରୁର ବ୍ୟବହାର ଦେଖାଇବା ସମ୍ପର୍କରେ ସାଂସଦ ଶ୍ରୀ ଥରୁରଙ୍କ ବିରୋଧରେ କଗ୍‌ନିଜେନ୍ସ ନେବା ସହିତ କହିଥିଲେ ଯେ ଶଶୀ ଥରୁରଙ୍କ ବିରୋଧରେ ଧାରା ୩୦୬ ଓ ୪୯୮(କ) ଅନୁଯାୟୀ ମୋକଦ୍ଦମା ଚଳାଇବା ପାଇଁ ଯଥେଷ୍ଟ ପ୍ରମାଣ କୋର୍ଟଙ୍କ ପାଖରେ ଉପସ୍ଥାପିତ କରାଯାଇଛି। ତେଣୁ ଜୁଲାଇ ୭ ତାରିଖରେ କୋର୍ଟରେ ହାଜର ହେବା ପାଇଁ ଶଶୀ ଥରୁରଙ୍କୁ ସମନ ଜାରି କରାଯାଇଥିଲା।

ସମ୍ବନ୍ଧିତ ଖବର