ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: ଶଶି ଥରୁର୍ଙ୍କୁ ମିଳିଲା ଜାମିନ୍
ନୂଆଦିଲ୍ଲୀ: ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ ଶନିବାର ଦିନ କଂଗ୍ରେସ ନେତା ଶଶି ଥରୁରଙ୍କୁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ନିୟମିତ ଜାମିନ ମଞ୍ଜୁର କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଚାରପତି କହିଲେ ଯେ ଔପଚାରିକ ଜାମିନ ଆବେଦନ ପତ୍ରର ଆବଶ୍ୟକ ନାହିଁ। ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଓ ଅଦାଲତଙ୍କୁ ନ ଜଣାଇ ଦେଶ ଛାଡ଼ି ପାରିବେ ନାହିଁ ବୋଲି ଦିଲ୍ଲୀର ସେସନ୍ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରି ସାରିଛନ୍ତି।
କାଗଜପତ୍ର ଯାଞ୍ଚ ପାଇଁ ଅଦାଲତ ଜୁଲାଇ ୨୬ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି।
ସୁନନ୍ଦା ପୁଷ୍କର ହତ୍ୟା ମାମଲାରେ ଦାଖଲ କରାଯାଇଥିବା ଚାର୍ଜସିଟ୍କୁ ଧ୍ୟାନରେ ରଖି ଜୁଲାଇ ୭ ତାରିଖ ଦିନ ଅଦାଲତରେ ହାଜର ହେବାକୁ ଶିଶିଙ୍କୁ ଜୁନ୍ ୫ ତାରିଖ ଦିନ ଅଦାଲତ ଆଦେଶ ଦେଇଥିଲେ।
୨୦୧୪ ମସିହା ଜାନୁଆରି ୧୭ ତାରିଖ ରାତିରେ ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲ୍ରୁ ରହସ୍ୟମୟ ପରିସ୍ଥିତିରେ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ହୋଇଥିଲା।