ଆଜି ଏସସିଓ ବୈଠକରେ ଯୋଗ ଦେଉଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆଜି କିର୍ଗିଜ଼ସ୍ଥାନର ରାଜଧାନୀ ବିସକେକ ଗସ୍ତରେ ଯାଇଛନ୍ତି | ସେଠାରେ ସେ ସଂଘାଇ ସହଯୋଗ ସଂଗଠନ ବୈଠକରେ ଯୋଗ ଦେଉଛନ୍ତି | ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ ଆତଙ୍କବାଦ ସହ ବିଭିନ୍ନ ସାମାଜିକ ପ୍ରସଙ୍ଗରେ ଆଲୋଚନା କରାଯିବ | ଦ୍ଵିତୀୟଥର ପାଇଁ ଭାରତ ଏହି ବୈଠକରେ ପୂର୍ଣ୍ଣ ସଦସ୍ୟ ଭାବେ ସାମିଲ ହେବାକୁ ଯାଉଛି |

ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ସିଏଫଏମ ଅନ୍ତରାଷ୍ଟ୍ରୀୟ ଓ କ୍ଷେତ୍ରୀୟ ମହତ୍ୱ ବାବଦରେ ଆଲୋଚନା କରାଯିବ | ସେହିପରି ଆସନ୍ତା ଜୁନ ୧୩ ଓ ୧୪ ତାରିଖରେ ଏସସିଓ ଶିଖର ସମ୍ମିଳନୀର ପ୍ରସ୍ତୁତି ବାବଦରେ ମଧ୍ୟ ଚର୍ଚ୍ଚା ହେବ | ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏହି ବୈଠକରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ | ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ ଗତ ବର୍ଷେ ଧରି ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି |

ସୁଷମା ସ୍ୱରାଜ ବୈଠକରେ ଯୋଗ ଦେବା ସହ  ରାଷ୍ଟ୍ରପତି ସୁରନବାୟ ଜୀନବେକୋବଙ୍କୁ ମଧ୍ୟ ସାକ୍ଷାତ କରିବେ |  ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଗତ ମାସଏହି ବୈଠକରେ ଯୋଗ ଦେଇଥିଲେ | ଭାରତ ୨୦୧୭ ମସିହାରେ ଏହି ସଂଗଠନର ପୂର୍ଣ୍ଣକାଳୀନ ସଦସ୍ୟ ହୋଇଥିଲା |

ସମ୍ବନ୍ଧିତ ଖବର