ଜମ୍ମୁ-କଶ୍ମୀର: ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ, ନାବାଳିକା ଗୁରୁତର

ଶ୍ରୀନଗର: ଜମ୍ମୁ-କଶ୍ମୀର ସୀମାନ୍ତ ପୁଞ୍ଚ ସେକ୍ଟରରେ ମଙ୍ଗଳବାର ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲଂଘନ କରି ଭାରତୀୟ ସୀମାନ୍ତବର୍ତ୍ତୀ ଗ୍ରାମ ଉପରକୁ ଗୁଳି ଚାଳନା କରିଛି । ଏହି ଗୁଳିଚାଳନା ଫଳରେ ଜଣେ ନାବାଳିକା ଗୁରୁତର ହୋଇଥିବା ବିଏସଏଫ୍‌ ସୂତ୍ରରୁ ଜାଣିବାକୁ ମିଳିଛି। ଆହତ ନାବାଳିକା ଜଣକ ହେଉଛନ୍ତି ୧୩ ବର୍ଷୀୟ ଗୁଲ୍‌ନାଜ। ଗୁଲ୍‌ନାଜଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଳା ଚିକତ୍ସାଳୟର ଭର୍ତ୍ତି କରାଯାଇଛି।

 

ଉଲ୍ଲେଖଯୋଗ୍ୟ, ପାକିସ୍ତାନୀ ରେଞ୍ଜର୍ସ ମଙ୍ଗଳବାର ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ଅତର୍କିତ ଭାବେ ଗୁଳି ଚାଳନା କରିଥିଲେ। ପୂର୍ବରୁ କିଛି ଦିନ ତଳେ ମଧ୍ୟ ପାକିସ୍ତାନୀମାନେ ଏପରି କରିଥିଲେ। ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ ଫଳରେ ୪ ଜଣ ଗୁରୁତର ହୋଇଥିଲେ। ଅକ୍ଟୋବର ୧୩ ତାରିଖରେ ଜିଲ୍ଲା ଅଧିକାରୀ ସ୍କୁଲ୍‌ଗୁଡ଼ିକୁ ବନ୍ଦ କରିବା ପାଇଁ କହିଥିଲେ। ଏବେ ସୀମାରେ ପୁଣି ଥରେ ସମାନ ପରିସ୍ଥିତି ଉପୁଜିଥିବା ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର