ସ୍କୁଲ୍‌ ଜାଳିଦେଲେ ଆଇଏସ୍‌ ଆତଙ୍କବାଦୀ

କାବୁଲ୍‌: ପୂର୍ବ ଆଫଗାନିସ୍ତାନର ନଙ୍ଗରହର ପ୍ରଦେଶରେ ଆଜି ଆଇଏସ୍‌ ଆତଙ୍କବାଦୀମାନେ ବର୍ବର କାଣ୍ଡ ଘଟାଇଛନ୍ତି। ଏକ ସ୍କୁଲ୍‌ର ୩ ଜଣଙ୍କ ମୁଣ୍ଡକାଟ କରିବା ସହ ସ୍କୁଲ୍‌ରେ ନିଅାଁ ଲଗାଇ ଦେଇଛନ୍ତି। ନାନଗଡ଼ହର ପ୍ରଦେଶର ଏକ ବିଦ୍ୟାଳୟରେ ଆତଙ୍କବାଦୀମାନେ ଏହି କାଣ୍ଡ ଘଟାଇଛନ୍ତି। ସେମାନେ ପ୍ରଥମେ ସ୍କୁଲ୍‌ର ୩ ଜଣ କର୍ମଚାରୀଙ୍କ ମୁଣ୍ଡ କାଟ କରିବାପରେ ସ୍କୁଲ୍‌ରେ ନିଅାଁ ଲଗାଇ ଦେଇଥିଲେ। ଏଥିରେ ସ୍କୁଲ୍‌ ଛାର୍‌ଖାର୍‌ ହୋଇଯାଇଥିବା ଜଣାପଡ଼ିଛି। ତେବେ ଆଉ କେତେଜଣ ଏହି ଘଟଣାରେ ମୃତାହତ ହୋଇଛନ୍ତି ତାହା ଜଣାପଡ଼ିନାହିଁ। ଗତ ମାସରେ ଆଇଏସ୍‌ ଆତଙ୍କବାଦୀମାନେ ଏହି ଅଂଚଳର ୨ଟି ସ୍କୁଲ୍‌ ଉପରେ ଆକ୍ରମଣ କରିବାକୁ ଧମକ ଦେଇଥିଲେ।

ସମ୍ବନ୍ଧିତ ଖବର