ପ୍ରଥମ କରି ମଙ୍ଗଳ ଗ୍ରହରେ ପାଦ ରଖିବେ ଜଣେ ମହିଳା: ନାସା

ଓ୍ଵାଶିଂଟନ: ମହାକାଶ ଗବେଷଣା କେନ୍ଦ୍ର ନାସାର ଜଣେ ଇଞ୍ଜିନିୟରଙ୍କ କହିବା ଅନୁସାରେ ମଙ୍ଗଳ ଗ୍ରହରେ ପ୍ରଥମେ ଜଣେ ମହିଳାଙ୍କ ପାଦ ପଡ଼ିବା ଉଚିତ। ଯଦିଓ ଅନେକ ମହିଳା ଅନ୍ତ୍ରରୀକ୍ଷ ଯାତ୍ରୀ ଅଛନ୍ତି ମାତ୍ର ଏବେ ସୁଦ୍ଧା ସମସ୍ତ ପୁରୁଷ ହିଁ ଚନ୍ଦ୍ରପୃଷ୍ଟ ଯାତ୍ରା କରିଛନ୍ତି। ୪୦ ବର୍ଷ ପୂର୍ବରୁ ନାସା ମହିଳା ଅନ୍ତରୀକ୍ଷ ଯାତ୍ରୀଙ୍କୁ ପଠାଇବାର ଯୋଜନା ରଖିଥିଲେ ବି ତାହା ଏପର୍ଯ୍ୟନ୍ତ ହୋଇ ପାରିନାହିଁ।

ନାସାର ବରିଷ୍ଠ ଇଞ୍ଜିନିୟର ଆଲିସନ୍‌ ମ୍ୟାକ୍‌ଲାଣ୍ଟାୟ ସୂଚୀତ କରାଇଛନ୍ତି ଯେ ୧୨ ଜଣ ଅନ୍ତରୀକ୍ଷ ଯାତ୍ରୀ ଚନ୍ଦ୍ରପୃଷ୍ଟକୁ ଯାତ୍ରା କରି ସାରିଲେଣି।

ସେ ବିବିସି ରେଡିଓ୫ ଲାଇଭ୍‌କୁ କହିଛନ୍ତି କି, ‘ମୋ ସଂସ୍ଥାର ନିର୍ଦ୍ଦେଶକ ଜଣେ ମହିଳା। ବିଭାଗୀୟ ମୁଖ୍ୟ ମଧ୍ୟ ଜଣେ ମହିଳା। ଆମର ଅନେକ ମହିଳା ଅନ୍ତରୀକ୍ଷ ଯାତ୍ରୀ ଅଛନ୍ତି। ମାତ୍ର ଏବେ ପର୍ଯ୍ୟନ୍ତ ବି କେହି ମହିଳାଙ୍କୁ ଚନ୍ଦ୍ରକୁ ପଠାଇନାହାନ୍ତି। ମୁଁ ଭାବୁଛି ପ୍ରଥମ ମଙ୍ଗଳଚାରୀ ଜଣେ ମହିଳା ହେବା ଉଚିତ।’

ଉଲ୍ଳେଖଯୋଗ୍ୟ, ୧୯୬୯ ମସିହାରେ ପ୍ରଥମ କରି ଚନ୍ଦ୍ରରେ ପାଦ ରଖିଥିଲେ ମହାକାଶଚାରୀ ନେଲ୍‌ ଆର୍‌ମଷ୍ଟ୍ରଙ୍ଗ୍‌। ଇତିମଧ୍ୟରେ ସମୁଦାୟ ୧୨ ଜଣ ଚନ୍ଦ୍ରପୃଷ୍ଟକୁ ଯାଇ ସାରିଲେଣି।

ସମ୍ବନ୍ଧିତ ଖବର