ମଧ୍ୟପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନରେ ବାଘକୁ ମାରି ଖାଇଲା ବାଘ

ମାଣ୍ଡଲା: ମଧ୍ୟପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନରେ ଗୋଟାଏ ପ୍ରାପ୍ତ ବୟସ୍କ ବାଘ ଅନ୍ୟ ଗୋଟାଏ ବାଘକୁ ମାରି ଖାଇ ଦେଇଥିବା କଥା ଶୁକ୍ରବାର ଦିନ ଜଣେ ସରକାରୀ ଅଧିକାରୀ କହିଛନ୍ତି।

ଗତ ଦୁଇ ମାସ ମଧ୍ୟରେ କାହ୍ନା ବ୍ୟାଘ୍ର ସଂରକ୍ଷଣରେ ଏହା ହେଉଛି ନିଜ ପ୍ରଜାତିର ମାଂସ ଖାଇବାର ଦ୍ୱିତୀୟ ଘଟଣା।

କାହ୍ନା ବ୍ୟାଘ୍ର ସଂରକ୍ଷଣର ପ୍ରନ୍ତୀୟ ନିର୍ଦେଶକ ଏଲ୍‌ କୃଷ୍ଣମୂର୍ତ୍ତି କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଜଣାପଡୁଛି ୧୨ ବର୍ଷିୟ ବାଘଟି ସୀମା ବିବାଦ ସକାଶ ଅନ୍ୟ ଗୋଟାଏ ବାଘ ସହ ଲଢ଼େଇ କରି ନିହତ ହୋଇଛି।

ମୃତ ବାଘଟିର ନାଁ ଥିଲା ଟି-୩୬। ଜାତୀୟ ଉଦ୍ୟାନର କିସ୍‌ଲି ଜୋନ୍‌ ଅଧୀନସ୍ଥ ମଙ୍ଗର୍‌ନାଲା ଠାରେ ପାଟ୍ରୋଲିଙ୍ଗ୍‌ ଦଳ ଗୁରୁବାର ଦିନ ତା’ର ମଢ଼ ଦେଖିଥିଲେ।

ଟି-୫୬ ନାମକ ଗୋଟାଏ ଆଠ ବର୍ଷିୟ ବାଘ ଟି-୩୬ର ମଢ଼ ଖାଉଥିବା କଥା ମଧ୍ୟ ପାଟ୍ରୋଲିଙ୍ଗ୍‌ ପାର୍ଟି ଦେଖିଥିଲେ।

ବନ କର୍ମଚାରୀ ଦଳ ଏବେ ମଧ୍ୟ ସମ୍ପୃକ୍ତ ଅଞ୍ଚଳକୁ ଅନୁଧ୍ୟାନ କରୁଛନ୍ତି ବୋଲି ସେ କହିଛନ୍ତି। ଜାନୁଆରି ତୃତୀୟ ସପ୍ତାହରେ ସେଠାରେ ଗୋଟାଏ ବାଘ ଗୋଟାଏ ବାଘୁଣୀକୁ ମାରି ଖାଇ ଯାଇଥିଲା।

ସମ୍ବନ୍ଧିତ ଖବର