ଜେଟଲିଙ୍କ ଅସ୍ତ୍ରୋପଚାର ଆଜି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କର ଆସନ୍ତାକାଲି କିଡନି ପ୍ରତିରୋପଣ ଅସ୍ତ୍ରୋପଚାର ହେବ। ଗତକାଲି ସନ୍ଧ୍ୟାରୁ ଏମ୍ସରେ ଚିକିତ୍ସାଧୀନ ଥିବା ଜେଟ୍‌ଲିଙ୍କର ଆଜି ଅପରେସନ ହେବାର ଥିଲେ ମଧ୍ୟ ତାଙ୍କୁ ଦିନକ ପାଇଁ ନିରୀକ୍ଷଣରେ ରଖାଯାଇଛି। ମଧୁମେହରେ ପୀଡ଼ିତ ଥିବା ଜେଟ୍‌୍‌ଲିଙ୍କର ଆଜି ବିଭିନ୍ନ ମେଡିକାଲ ଟେଷ୍ଟ କରାଯାଇଛି । କିଡନି ସଂକ୍ରାନ୍ତ ରୋଗରେ ପୀଡ଼ିତ ଜେଟ୍‌ଲି ଗତ ସୋମବାରଠାରୁ ବାହାରକୁ ଯାଉନଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ନିଜ ବାସଭବନରୁ ହିଁ ଅଫିସ କାର୍ଯ୍ୟ ସଞ୍ଚାଳନ କରୁଥିଲେ। ସେ ରାଜ୍ୟସଭାକୁ ପୁନଃନିର୍ବାଚିତ ହୋଇଥିଲେ ମଧ୍ୟ ଅସୁସ୍ଥତା ଯୋଗୁଁ ସଦସ୍ୟ ରୂପେ ଶପଥ ଗ୍ରହଣ କରିପାରି ନାହାନ୍ତି।

ସମ୍ବନ୍ଧିତ ଖବର