ଅମୃତସର ଟ୍ରେନ୍‌ ଦୁର୍ଘଟଣା: ଟ୍ରେନ୍‌ ଚକା ତଳେ ୬୧ଜଣଙ୍କ ମୃତ୍ୟୁ କିପରି ହୋଇଥିଲା ବଖାଣିଲେ ଲୋକୋପାଇଲଟ

ଅମୃତସର (ପଞ୍ଜାବ): ଅମୃତସରର ଯୋଡା ଫାଟକ ନିକଟରେ ଗତ ଶୁକ୍ରବାର ଦଶହରା ଦିନ ସନ୍ଧ୍ୟାରେ ଘଟିଥିବା ରେଳ ଦୁର୍ଘଟଣାରେ ୬୧ ଜଣଙ୍କ ମୁତ୍ୟୁ ବରଣ କରିବା ସହ ୧୪୩ ଜଣ ଆହତ ହେବା ଘଟଣା ଏବେ ସମଗ୍ରଦେଶକୁ ଦୋହଲାଇ ଦେଇଛି।

ଏହା ଦୁର୍ଘଟଣା ପରେ ଟ୍ରେନ୍‌ର ଲୋକୋପାଇଲଟ ଅରବିନ୍ଦ କୁମାର ସେଦିନର ଘଟଣାକୁ ବଖାଣି କୋହଭର ସ୍ୱରରେ କହନ୍ତି, ଦୁର୍ଘଟଣା ପରେ ସେ ଟ୍ରେନ୍‌ ଅଟକାଇବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ଲୋକମାନେ ହଠାତ୍‌ ପଥରମାଡ କରିବା ଆରମ୍ଭ କରି ଦେଇଥିଲେ। ଏମିତିରେ ଟ୍ରେନ୍‌ ଭିତରେ ବସିଥିବା ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରେନ୍‌କୁ ଅଟକାଇ ନଥିଲି।

ଆଗକୁ ଅରବିନ୍ଦ କୁମାର କହନ୍ତି, ‘ଅକ୍ଟୋବର ୧୯ ତାରିଖ ଦିନ ସନ୍ଧ୍ୟା ୫ଟାରେ ଟ୍ରେନ୍‌ ନମ୍ବର ଡିପିସି ୧୧୦୯୧ର ଚାର୍ଜ ନେଇଥିଲି ଓ ଜଲନ୍ଧରର ପ୍ଲାଟଫର୍ମ ୧ରୁ ୫:୧୦ରେ ବାହାରି ଥିଲି। ସନ୍ଧ୍ୟା ୬:୪୪ରେ ମାନାଓ୍ଵାଲା ପହଞ୍ଚି ୬: ୪୬ରେ ହଳଦିଆ ଓ ସବୁଜ ସଙ୍କେତ ମିଳିବା ପରେ ଅମୃତସର ପାଇଁ ବାହାରି ଥିଲି। ମାନାଓ୍ଵାଲା ଓ ଅମୃତସର ମଧ୍ୟରେ ଗେଟ ସଂଖ୍ୟା ୨୮ ଡିସଟେଣ୍ଟ ଓ ଗେଟ ସିଗନଲ ଗ୍ରିନ୍‌ ପାସ୍‌ କରିଥିଲା। ଏହାପରେ ଗେଟ ସଂଖ୍ୟା ୨୭ ମଧ୍ୟରେ ଲଗାତାର ହର୍ଣ୍ଣ ବଜାଇ ପାସ୍‌ କରିଥିଲି। ଗାଡ଼ି କେଏନ୍‌-ନମ୍ବର ୫୦୮/୧୧ ଆଖପାଖରେ ପହଞ୍ଚିଲା ବେଳକୁ ସାମ୍ନାରୁ ଗାଡ଼ି ସଂଖ୍ୟା ୧୩୦୦୬ ଡିଏନ୍‌ ଆସୁଥିଲା। ଆକସ୍ମିକ ଭାବେ ଲୋକଙ୍କୁ ଡୁଜୁମ୍‌ ଟ୍ରାକ୍‌ ପାଖରେ ଦେଖି ମୁଁ ତୁରନ୍ତ ହର୍ଣ୍ଣ ବଜାଇ ଏମାରଜେନ୍ସି ବ୍ରେକ୍‌ ଦେଇଥିଲି। ଏମାରଜେନ୍ସି ବ୍ରେକ୍‌ ଦେବାପରେ ବି ଟ୍ରେନ୍‌ ଚକା ତଳେ ୬୧ଜଣ ଲୋକ ଚାଲି ଆସିଥିଲେ। ଏହାପରେ ଟ୍ରେନ୍‌ ଅଟକାଇବାକୁ ଚେଷ୍ଟା କରୁଥିଲେ ହେଁ ବହୁ ସଂଖ୍ୟାରେ ଲୋକମାନେ ପଥରମାଡ କରିବା ଆରମ୍ଭ କରି ଦେଇଥିଲେ। ଏହାପରେ ଗାଡ଼କୁ ଆଗକୁ ବଢ଼ାଇ ଅମୃତରସର ଷ୍ଟେସନ୍‌ରେ ପହଞ୍ଚାଇବା କ୍ଷଣି ଏହି ଘଟଣା ବିଷୟରେ ସମସ୍ତ ଅଧିକାରୀଙ୍କୁ ସୂଚନା ଦେଇଥିଲି।’

ସମ୍ବନ୍ଧିତ ଖବର