ଜମ୍ମୁ ଓ କଶ୍ମୀର: ଅଖ୍‌ନୂରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଦୁଇ ବିଏସ୍‌ଏଫ୍‌ ଯବାନ ସହିଦ୍‌

ଜମ୍ମୁ: ଗତ ରାତିରେ ଆନ୍ତର୍ଜାତିକ ସୀମା ଠାରେ ପାକିସ୍ତାନୀ ରେଞ୍ଜର୍‌ମାନେ ଗୁଳି ଚଳାଇବାରୁ ଦୁଇ ଜଣ ବିଏସ୍‌ଏଫ୍‌ ଯବାନ ସହିଦ ହୋଇଛନ୍ତି। ରବିବାର ପ୍ରତ୍ୟୁଷରେ ମଧ୍ୟ ଉଭୟ ଭାରତ ଓ ପାକିସ୍ତାନର ଯବାନମାନେ ଅଖ୍‌ନୂର ପର୍‌ଗଓ୍ଵାଲ୍‌ ସେକ୍ଟର୍‌ ଠାରେ ଗୁଳିବିନିମୟ ଚାଲୁ ରଖିଛନ୍ତି।

ପାକିସ୍ତାନୀ ସେନାଙ୍କ ସେଲିଂ ମାଡ଼ରେ ପର୍ଗଓ୍ଵାଲ୍‌ ସେକ୍ଟର୍‌ ଠାରେ ତିନି ଜଣ ଗ୍ରାମବାସୀ ଆହତ ହୋଇଛନ୍ତି। ପାକିସ୍ତାନୀ ସେନା ଅନ୍ୟୂନ ୧୦ ଜଣ ବିଏସ୍‌ଏଫ୍‌ ଯବାନ୍‌ ଏବଂ ୩୦ ଜଣ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲେ।

ପର୍ଗଓ୍ଵାଲ୍‌ ପୁଲିସ ପୋଷ୍ଟ୍‍ ଭାରପ୍ରାପ୍ତ ଅଧିକାରୀ ବ୍ରଜ ଲାଲ୍‌ ଶର୍ମା କହନ୍ତି: ରାତି ପ୍ରାୟ ୨ଟା ୧୫ ସମୟରେ ଜମ୍ମୁର ଅଖନୂର୍‌ ସବ୍‌ଡିଭିଜନ୍‌ ଅନ୍ତର୍ଗତ ପର୍ଗଓ୍ଵାଲ୍‌ ସେକ୍ଟର୍‌ସ୍ଥିତ ଇଣ୍ଟର୍‌ନେସ୍‌ନାଲ୍‌ ବର୍ଡର୍‌ ସେପଟୁ ପାକିସ୍ତାନୀ ସେନା ସ୍ନିପର୍‌ କ୍ଷେପଣ ଯୋଗୁଁ ଦୁଇ ଜଣ ବିଏସ୍‌ଫ୍‌ ଯବାନ୍‌ ନିହତ ହୋଇଛନ୍ତି।

ସେ କହିଛନ୍ତି ଯେ ବିଏସ୍‌ଏଫ୍‌ ଏବଂ ପାକିସ୍ତାନୀ ରେଞ୍ଜର୍‌ଙ୍କ ମଧ୍ୟରେ ଭୀଷଣ ଗୁଳିବିନିମୟ ଚାଲିଛି।

ଆଉ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ପର୍ଗଓ୍ଵାଲ୍‌ ମାର୍କେଟ୍‌ ଉପରେ ପାକିସ୍ତାନ ପଟରୁ ପଡୁଥିବା ମୋର୍ଟାର୍‌ର ବିସ୍ଫୋରଣ ଜମ୍ମୁ ସହରକୁ ଶୁଭୁଛି।

ସମ୍ବନ୍ଧିତ ଖବର