ଶ୍ରୀନଗର: ଏନକାଉଣ୍ଟରରେ ୨ ଆତଙ୍କବାଦୀ ମୃତ

ଶ୍ରୀନଗର: ଜାମ୍ମୁଓ କଶ୍ମୀରର ପୁଲଓ୍ଵାମା ଜିଲ୍ଲାର ରାଜପୋରା ଅଞ୍ଚଳରେ ଆଜି ସକାଳେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟ ଘଟିଛି। ଏହି ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ସେଠାରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ଜାମ୍ମୁ ଓ କଶ୍ମୀରର ଜାମ୍ମୁଓ କଶ୍ମୀରର ପୁଲଓ୍ଵାମା ଜିଲ୍ଲାର ରାଜପୋରା ଅଞ୍ଚଳରେ କେତେକ ଆତଙ୍କବାଦୀ ଛପି ରହିଥିବା ନେଇ ସୁରକ୍ଷା କର୍ମୀଙ୍କୁ ଠୋସ୍‌ ସୂଚନା ମିଳିଥିଲା। ସୂଚନା ଆଧାରରେ ସୁରକ୍ଷା କର୍ମୀ ଅଞ୍ଚଳକୁ କର୍ଡ଼ନ କରି ସଚ୍‌ର୍ ଅପରେସନ ଚଳାଇଥିଲେ। ତେବେ ସୁରକ୍ଷା କର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ଏହାର ଜବାବରେ ସୁରକ୍ଷା କର୍ମୀ ପାଲଟା ଗୁଳି ଚଳାଇଛନ୍ତି। ଏହି ଏନକାଉଣ୍ଟର ସମୟରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛିି।

ପରିସ୍ଥିତିକୁ ନଜରରେ ରଖି ସମଗ୍ର ଅଞ୍ଚଳକୁ କର୍ଡନ କରି ସୁରକ୍ଷା କର୍ମୀମାନେ ସର୍ଚ୍ଚର୍ ଅପରେସନ୍‌କୁ ଜୋରଦାର କରିଛନ୍ତି।

ମୃତ ଆତଙ୍କବାଦୀ ଦ୍ୱୟଙ୍କୁ ଚିହ୍ନଟ କରାଯାଇଛି। ସେମାନେ ଜୈସ ଇ ଅହମ୍ମଦ ସଙ୍ଗଠନର ଆତଙ୍କବାଦୀ ସହୀଦ ଅହମ୍ମଦ ବାବା ଓ ଅନିୟତ ଅହମ୍ମଦ ଜିଗର ବୋଲିି ଜଣାପଡ଼ିଛି। ସେମାନଙ୍କ ଠାରୁ ଗୋଟିଏ ଏସଏଲଆର ଓ ଗୋଟିଏ ପିସ୍ତଲ ସହିତ ବହୁ ପରିମାଣର ଗୁଳିଗୋଳା ଜବତ କରାଯାଇଛିି।

ସମ୍ବନ୍ଧିତ ଖବର