ଜମ୍ମୁ-କଶ୍ମୀରର ପୁର୍ନଗଠନ ପରେ ଜାରି ହେଲା ଭାରତର ନୂଆ ମାନଚିତ୍ର
ନୂଆଦିଲ୍ଲୀ: କେନ୍ଦ୍ରୀୟ ଗୃହମନ୍ତ୍ରୀ ଜିତେନ୍ଦ୍ର ସିଂହ ଟୁଇଟ କରି ଭାରତର ନୂତନ ମାନଚିତ୍ର ଜାରି କରିଛନ୍ତି। ଏହି ମାନଚିତ୍ରରେ ଜମ୍ମୁ-କଶ୍ମୀର ରାଜ୍ୟକୁ ପୁର୍ନଗଠିତ କରାଯାଇ ସୃଷ୍ଟି ହୋଇଥିବା ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ସ୍ଥାନିତ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ କି ଗତ ୩୧ ଅକ୍ଟୋବର ୨୦୧୯ ପରେ ଏହା ହେଉଛି ଭାରତର ପ୍ରଥମ ଆଧିକାରିକ ମାନଚିତ୍ର । ଏ ନେଇ ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରକାଶପାଇଛି କି, କେନ୍ଦ୍ରଶାସିତ ଜମ୍ମୁ-କଶ୍ମୀରରେ କାରଗିଲ ଓ ଲେହ ଜିଲ୍ଲାକୁ ଛାଡ଼ି ଅବିଭାଜିତ ଜମ୍ମୁ କଶ୍ମୀର ରାଜ୍ୟରେ ଥିବା ସମସ୍ତ ଜିଲ୍କାକୁ ରଖାଯାଇଛି। କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ କେବଳ କାରଗିଲ ଓ ଲେହ ଜିଲ୍ଲା ସ୍ଥାନ ପାଇଛି।
ଅଗଷ୍ଟ ୫ ତାରିଖରେ ପାର୍ଲାମେଣ୍ଟ୍ ଦ୍ୱାରା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରାଯାଇ ଜମ୍ମୁ କଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରି ନିଆଯିବାର ୮୬ ଦିନ ପରେ ଗୃହ ମନ୍ତ୍ରାଳୟ ଶନିବାର ୨୮ଟି ରାଜ୍ୟ ଓ ୯ଟି କେନ୍ଦ୍ରଶାସିତ ରାଜ୍ୟ ସହିତ ଭାରତର ଏକ ନୂଆ ମାନଚିତ୍ର ଜାରି କରିଛନ୍ତି।
New Map showing the Union Territories of #Jammu & #Kashmir and #Ladakh , as these exist after 31st October, 2019. pic.twitter.com/7lK5OTpyiu
— Dr Jitendra Singh (@DrJitendraSingh) November 2, 2019
ଏହି ମାନଚିତ୍ରରେ ୯ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି, ସେଗୁଡ଼ିକ ହେଲା ଅଣ୍ଡାମାନ ନିକୋବର, ଚଣ୍ଡିଗଡ଼, ଦାମନ୍ ଓ ଡିଉ, ଦାଦର ଓ ନଗର ହାଭେଲୀ, ଦିଲ୍ଲୀ, ଜମ୍ମୁ-କଶ୍ମୀର, ଲଦାଖ, ଲକ୍ଷାଦ୍ୱୀପ ଓ ପୁଡ୍ଡୁଚେରୀ ।