ନୂଆଦିଲ୍ଲୀ: ରାମ ଜନ୍ମଭୂମି-ବାବ୍ରି ମସ୍ଜିଦ୍ ରାୟ ପରେ ଅଯୋଧ୍ୟାରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ଜିଲ୍ଲା ପ୍ରଶାସନ ଉତ୍ତର ପ୍ରଦେଶର ଅମ୍ବେଦକର ନଗରରେ ଥିବା ଭିନ୍ନ ଭିନ୍ନ କଲେଜରେ ଆଠଟି ଅସ୍ଥାୟୀ ଜେଲ୍ ଖୋଲିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅମ୍ବେଦକର ଜିଲ୍ଲା ସ୍କୁଲ୍ ଇନ୍ସ୍ପେକ୍ଟର୍ ଜାରି କରିଥିବା ଚିଠିରେ ଉଲ୍ଲେଖ ଅଛି ଯେ ଆକବରପୁର, ତଣ୍ଡା, ଜଲାଲପୁର, ଜଇତପୁର, ଭିତି ଏବଂ ଆଲ୍ଲାପୁରରେ ଜେଲ୍ ଖୋଲାଯାଇଛି। ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ ଏହି ସ୍କୁଲ୍ଗୁଡ଼ିକର ପ୍ରିନ୍ସିପାଲ୍ ଏବଂ କର୍ମଚାରୀମାନେ ଖୋଲାଯିବାକୁ ଥିବା ପ୍ରତି ଜେଲ୍ର ଷ୍ଟେସନ୍ ଇନ୍ଚାର୍ଜଙ୍କୁ ମୌଳିକ ସୁବିଧା ଯୋଗାଇ ଦେଇଛନ୍ତି।
ପ୍ରତିଷେଧକ ବ୍ୟବସ୍ଥାସ୍ୱରୂପ ଅଯୋଧ୍ୟାରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇ ୧୪୪ ଧାରା ଜାରି କରାଯାଇଛି।
ନଭେମ୍ବର ୧୭ ତାରିଖରେ ପ୍ରଧାନ ବିଚାରପତି ଅବସର ନେଉଥିବାରୁ ଆସନ୍ତା ସପ୍ତାହରେ ଅଯୋଧ୍ୟ ଜମି ବିବାଦ ରାୟ ଶୁଣାଇବାର ସମ୍ଭାବନା ରହିଛି।