‘ମୋଦୀଜୀ କି ସେନା’ ଟିପ୍ପଣୀ ଦେଉଥିବା ବ୍ୟକ୍ତି ଦେଶଦ୍ରୋହୀ: ଭିକେ ସିଂହ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ‌ଯୋଗୀ ଆଦିତ୍ୟନାଥ ଭାରତୀୟ ସେନାକୁ ‘ମୋଦୀଜୀ କି ସେନା’ କହି ଏବେ ବଡ଼ ଅଡ଼ୁଆରେ ପଡ଼ି ଯାଇଛନ୍ତି। ଆଜି ଇସି ଏନେଇ ଯୋଗୀଙ୍କୁ କାରଣଦର୍ଶାଅ ନୋଟିସ୍‌ ପଠାଇଛନ୍ତି। ବିରୋଧୀ ଦଳ ଗୁଡ଼ିକ ଯୋଗୀଙ୍କର ଏହି ଟିପ୍ପଣୀ ପାଇଁ ତାଙ୍କୁ କଡ଼ା ସମାଲୋଚନା କରିଥିବାବେଳେ ଏବେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଭି କେ ସିଂହ ମଧ୍ୟ ଯୋଗୀଙ୍କର ଏଭଳି ଟିପ୍ପଣୀ ପାଇଁ ତାଙ୍କୁ ସମାଲୋଚନା କରିଛନ୍ତି। ଯୋଗୀଙ୍କ ନାଁ ନନେଇ ସିଂହ କହିଛନ୍ତି, ଯଦି ଜଣେ ଭାରତୀୟ ସେନାକୁ ମୋଦୀଙ୍କ ସେନା ବୋଲି କହୁଛନ୍ତି ତେବେ ସେ ଜଣେ ଦେଶଦ୍ରୋହୀ। ଭାରତୀୟ ସେନା ଦେଶର ସେନା। ଏହା କୌଣସି ରାଜନୈତିକ ଦଳ ସହ ଜଡ଼ିତ ନୁହେଁ ବୋଲି ଭିକେ ସିଂହ ବିବିସିରେ ନିଜ ମତ ରଖି କହିଛନ୍ତି।

ଏଭଳି ଟିପ୍ପଣୀ ରଖୁଥିବା ବ୍ୟକ୍ତି ସେମାନେ ନିଜେ କ’ଣ କହୁଛନ୍ତି ତାହା ଜାଣୁନାହାନ୍ତି । ତେବେ ରାଜନେତାମାନେ ସେମାନଙ୍କ ଭାଷଣ ଏବଂ ରାଜନୈତିକ ପ୍ରଚାରରେ ସେନା କାର୍ଯ୍ୟକଳାପକୁ ଆଦୌ ସାମିଲ କରିବା ଉଚିତ୍‌ ନୁହେଁ ବୋଲି ଭିକେ ସିଂହ କହିଛନ୍ତି। ଉଲ୍ଳେଖଯୋଗ୍ୟ ଯୋଗୀ ଏକ ରୢାଲିରେ କଂଗ୍ରେସକୁ ସମାଲୋଚନା କରି କହିଥିଲେ ଯେ କଂଗ୍ରେସ ଆତଙ୍କବାଦୀଙ୍କୁ ବିରିଆନି ଖାଇବାକୁ ଦେଉଛି କିନ୍ତୁ ମୋଦୀଙ୍କ‌ ସେନା ଆତଙ୍କବାଦୀଙ୍କୁ ଗୁଳି ଖାଇବାକୁ ଦେଉଛନ୍ତି।

ସମ୍ବନ୍ଧିତ ଖବର