ବାରଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନର୍ବାଚନ ମଣ୍ଡଳୀ ବାରଣାସୀରେ ଏକ ନିର୍ମାଣାଧୀନ ଫ୍ଲାଏଓଭର ଭାଙ୍ଗିପଡିବାରୁ ୧୯ ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି । ଏହି ଦୁର୍ଘଟଣା ପାଖାପାଖି ସନ୍ଧ୍ୟା ୫.୩୦ରେ ବାରାଣାସୀ କାଣ୍ଟ ରେଳ ଷ୍ଟେସନ ନିକଟରେ ଘଟିଥିଲା। ଏହି ଦୃଶ୍ୟଟି ଏତେ ହଦୃୟବିଦାରକ ଥିଲା ଯେ ଦେଖୁଥିବା ପ୍ରତ୍ୟେକ ଲୋକଙ୍କ ଲୋମମୂଳ ଟାଙ୍କୁରି ଉଠିଥିଲା, କେହି କେହି ଦୃଶ୍ୟ ଦେଖି ସ୍ତବ୍ଧ ହୋଇଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଏହି ଦୁର୍ଘଟଣାର ଶିକାର ହୋଇ ମଧ୍ୟ ମୃତ୍ୟୁକୁ ଅତି ନିକଟରୁ ଦେଖି ମଧ୍ୟ ବର୍ତ୍ତି ଯାଇଥିବା ମିର୍ଜାପୁରରେ ବସବାସ କରୁଥିବା ପ୍ରଦ୍ୟୁମ୍ନ ସେଦିନର ଘଟଣାକୁ ମନେ ପକାଇ କାନ୍ଦିକାନ୍ଦି କହନ୍ତି… ମୁଁ ବଞ୍ଚି ଯାଇଛି ବୋଲି ମୋର ଏବେ ବି ବିଶ୍ୱାସ ହେଉ ନାହିଁ। ବାରାଣାସୀ କାଣ୍ଟ ରେଳ ଷ୍ଟେସନ ନିକଟରେ ନିର୍ମାଣଧୀନ ପୋଲ ଭୁଷୁଡି ପଡ଼ିବା ସମୟରେ ମୁଁ ଅଟୋ ରିକ୍ସାରେ ବସି ଯାଉଥିଲି। ମୋ ସହିତ ବି ସେହି ଅଟୋରେ ଚାରିପାଞ୍ଚ ଜଣ ବସିଥିଲେ। ହଠାତ୍ ପୋଲର ଏକ ବିଶାଳ ଖଣ୍ଡ ଆସି ଅଟୋ ଉପରେ ପଡ଼ିଥିଲା। ସମସ୍ତେ ଚିତ୍କାର କରି ଉଠିଥିଲେ। ତା’ପରେ କ’ଣ ହେଲା ମୋର ମନେ ନାହିଁ। ଚେତା ଆସିଲା ବେଳକୁ ମୁଁ ହସ୍ପିଟାଲରେ ବେଡରେ ଥିଲି। ଯେତେବେଳେ ଜାଣିଲି ମୋତେ ଛାଡ଼ି ଦେଲେ ଅଟୋରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ ହୋଇଯାଇଛି ମୋର ମୁଣ୍ଡ କାମ କରି ନଥିଲା। ମୁଁ ବଞ୍ଚି ଯାଇଛି ଜାଣି ବି ମୋତେ ବିଶ୍ୱାସ ହେଉ ନାହିଁ। ଏହା କେବଳ ଇଶ୍ୱରଙ୍କ କୃପା ହେତୁ ସମ୍ଭବ ହୋଇ ପାରିଛି। ପ୍ରଦ୍ୟୁମ୍ନଙ୍କୁ ଶିବ ପ୍ରସାଦ ଗୁପ୍ତା ଡିଭିଜନାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଏହି ଫ୍ଲାଏ ଓଭରଟି ତିଆରି ହେଉଥିଲା । ଏହି ଫ୍ଲାଏଓଭରର ଏକ ବିମ୍ ଖସି ପଡିବାରୁ ତଳେ ଯିବାଆସିବା କରୁଥିବା ଯାନବାହାନ ଓ ଲୋକେ ତା ତଳେ ରହିଯାଇଥିଲେ । ଏହି ବିମ ତଳେ ଆହୁରି କେତେକ କାର ଚପିହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମଯ୍ୟ ଓ ମନ୍ତ୍ରୀ ନୀଳକଣ୍ଠ ତିଓ୍ଵରୀଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ। ଏହା ସହିତ ରିଲିଫ କାର୍ଯ୍ୟକୁ ତ୍ୱରାନ୍ନିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସରକାର ମୃତକଙ୍କ ପରିବାରକୁ ୫ଲକ୍ଷ ଓ ଗୁରୁତର ଆହତଙ୍କୁ ୨ଲକ୍ଷ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି।